ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

25

ବିବାଦୀୟ ଚିଲିକା ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । ଏହା ସହିତ ସାକ୍ଷୀମାନଙ୍କୁ ପ୍ରଭାବିତ ନକରିବାକୁ ସର୍ତ୍ତ ରହିଛି । ବାଲୁଗାଁ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିବା ଘଟଣାରେ ଜେଲ୍‌ ଯାଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏହାବାଦ ଅନ୍ୟାନ୍ୟ ସର୍ତ୍ତ ରଖି ନିମ୍ନ ଅଦାଲତ ପ୍ରଶାନ୍ତଙ୍କୁ ଜାମିନରେ ଛାଡ଼ିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ I ଖୋର୍ଦ୍ଧା ଏଡିଜେ -୧ କୋର୍ଟରେ ଜାମିନ ଆବେଦନ ଖାରଜ କରି ଦେବାରୁ ପୁଲିସ୍ ତାଙ୍କୁ ନିଜ ହେପାଜତକୁ ନେଇଥିଲା। ହେଲେ ଜାମିନ ନାମଞ୍ଜୁର ହେବା ପରଠୁ ଅସୁସ୍ଥତା ଦର୍ଶାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବିଧାୟକ ପ୍ରଶାନ୍ତ
ହେଲେ ପ୍ରଶାନ୍ତ ମିଛରେ ଅସୁସ୍ଥତା ଦର୍ଶାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଭିଯୋଗ ଆଣିଥିଲେ ବିଜେପିର ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ଅଧ୍ୟକ୍ଷ ବିଭୂ ପ୍ରସାଦ ତରାଇ । ଏଥିସହ ସେ ଅଭିଯୋଗ କରିଥିଲଷ, ଚିଲିକା ବିଧାୟକ ଜଣେ ଅଭ୍ୟାସଗତ ଅପରାଧୀ। ସେ ଆଇନକୁ ଫାଙ୍କିବା ପାଇଁ ଓ ଜେଲ ନ ଯିବା ପାଇଁ ଚିକିତ୍ସା ନାଁରେ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ରହୁଛନ୍ତି।

ଗତ ସେପ୍ଟେମ୍ବର ୮ ତାରିଖରେ ବାଲୁଗାଁ ଥାନାରେ ବିଧାୟକ ଜଗଦେବଙ୍କ ନାମରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ବିଧାୟକ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । ହାଇକୋର୍ଟ ପରାମର୍ଶ କ୍ରମେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଆବେଦନ କରିଥିଲେ । ଏହାର ବିଚାର କରି କୋର୍ଟ ଏହାକୁ ଖାରଜ କରିଦେଇଥିଲେ । ତେବେ ଗୁରୁବାର ତାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି ।

Leave A Reply

Your email address will not be published.