କିଟ୍ ରେ ଘଟିଥିବା ଘଟଣାକୁ ନେଇ ସରକାର ତଦନ୍ତ କରୁଛନ୍ତି: ବିଜେପି ବିଧାୟକ ସରୋଜ ପାଢ଼ୀ

208

ଭୁବନେଶ୍ୱର : ପୁଣି କିଟ୍ ବିଶ୍ୱବିଦ୍ୟାଳୟରେ ଛାତ୍ର ମୃତ୍ୟୁକୁ ନେଇ ଆରମ୍ଭ ହୋଇଛି ବିବାଦ। ତେବେ ଏହାକୁ ନେଇ କଡ଼ା ଟିପ୍ପଣୀ ଦେଇଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ। ସେ କହିଛନ୍ତି, କିଟ୍‌ ଆଡମିନିଷ୍ଟ୍ରେସନ ଭୁଶୁଡ଼ି ଗଲା ପରି ଲାଗୁଛି। ଓଡ଼ିଶାର ନାଁ ବଦନାମ କରିବାକୁ କିଟ୍‌କୁ କୁହାଯାଇ ନାହିଁ। କିଟ୍‌ର ଦୋଷ ପ୍ରମାଣିତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ। କୌଣସି ଦୋଷୀକୁ ମୋହନ ସରକାର କ୍ଷମା ଦେବେ ନାହିଁ।ଜନପ୍ରତିନଧିଙ୍କ ପକ୍ଷରୁ ମଧ୍ୟ KIIT ଉପରେ ଅବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବୁ ବୋଲି ସେ କହିଛନ୍ତି। KIIT ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ସୋମବାର ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ର ଜଣକ ଛତିଶଗଡ଼ର ରାହୁଲ ଯାଦବ। ସେ ପ୍ରଥମ ବର୍ଷ କମ୍ବ୍ୟୁଟର ସାଇନ୍ସ ଛାତ୍ର ବୋଲି ସୂଚନା ମିଳିଛି

Comments are closed, but trackbacks and pingbacks are open.