କେଭି-୩ ସମ୍ମୁଖ ବୋମା ମାଡ଼ ଘଟଣା ମାମଲାରେ ୫ ଅଟକ

45

ଭୁବନେଶ୍ୱର: ଗାଡ଼କଣସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ ସମ୍ମୁଖରେ ବୋମାମାଡ଼ ଘଟଣାରେ ପୋଲିସ ୫ ଜଣଙ୍କୁ ଅଟକ ରଖାଯାଇଛି । ସ୍ଥାନୀୟ ଲୋକଙ୍କ ସୂଚନା ଏବଂ ସିସିଟିଭି ଫୁଟେଜ୍ ଆଧାରରେ ମଞ୍ଚେଶ୍ୱର ଥାନା ପୋଲିସ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖିଛି । କିଛି ସ୍ଥାନୀୟ ଅସାମାଜିକ ବ୍ୟକ୍ତି ଥିବା ଅନୁମାନ କରାଯାଉଛି । ଗତ ଶୁକ୍ରବାର ସକାଳ ୭ ଟା ୫୦ରୁ ୮ଟା ମଧ୍ୟରେ ବିଦ୍ୟାଳୟ ଖୋଲାଥିବାବେଳେ ୨ଟି ବୋମା ମାଡ଼ କରାଯାଇଥିଲା । ଉକ୍ତ ସ୍ଥାନରୁ ଲୁହା କଣ୍ଟା, ସୁତୁଲି ଇତ୍ୟାଦି ଜବତ କରାଯାଇଥିଲା । ଘଟଣା ସ୍ଥଳରେ ତୁରନ୍ତ ମଞ୍ଚେଶ୍ୱର ଥାନା ପୋଲିସ ଏବଂ ଜିଆରପି ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଥିଲେ । ଏହା ପରେ ପରେ ଜାତୀୟ ତଦନ୍ତ ସଂସ୍ଥା ବା ଏନଆଇଏ ମଧ୍ୟ ତଦନ୍ତ କରିଥିଲା । ନିକଟରେ ଦିଲ୍ଲୀ ବିସ୍ଫୋରଣ ହୋଇଥିବାରୁ ଏନଆଇଏ ମଧ୍ୟ ତଦନ୍ତ କରିଥିଲା । ତେବେ ଏହା ଏକ ବାଣ ଫୁଟା ଜନିତ ବିସ୍ଫୋରଣ ଥିଲା ବୋଲି ପୋଲିସ କମିଶନର ଏସ ଦେବଦତ୍ତ ସିଂହ ପ୍ରାଥମିକ ତଦନ୍ତ ପରେ ସୂଚନା ଦେଇଥିଲେ l

Comments are closed, but trackbacks and pingbacks are open.