ମାଓବାଦୀଙ୍କ ଆତ୍ମସମର୍ପଣ ରାଶି ବୃଦ୍ଧି କଲେ ରାଜ୍ୟ ସରକାର

44

ଭୁବନେଶ୍ୱର :ମାଓବାଦୀଙ୍କ ଆତ୍ମସମର୍ପଣ ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଲାଇଟ୍‌ ମେସିନ୍‌ ଗନ୍‌ ସହିତ ଆତ୍ମସମର୍ପଣ କରିଲେ ମାଓବାଦୀଙ୍କୁ ମିଳିବ ୪ଲକ୍ଷ ୯୫ହଜାର ଟଙ୍କା । ଏ.କେ-୪୭ ସହ ଆତ୍ମସମର୍ପଣ କଲେ ୩ଲକ୍ଷ ୩୦ହଜାର ଟଙ୍କା । ଏସଏଲଆର ସହ ଆତ୍ମସମର୍ପଣ କରିଲେ ମାଓବାଦୀଙ୍କୁ ମିଳିବ ୧ଲକ୍ଷ ୬୫ହଜାର ଟଙ୍କା । ୧୦ଲକ୍ଷ ପୁରସ୍କାର ଥିବା ମାଓବାଦୀ ଯଦି ଆତ୍ମସମର୍ପଣ କରିବେ ତେବେ ତାଙ୍କୁ ୫ଲକ୍ଷ ଟଙ୍କା ମିଳିବ । ଏହାସହିତ ସେମାନଙ୍‌କ ନାଁରେ ଥିବା ସବୁ ଛୋଟମୋଟ ମାମଲା ପ୍ରତ୍ୟାହାର କରିବେ ସରକାର ।ସେହିପରି ପଲିଟବ୍ୟୁରୋ, ସେଣ୍ଟ୍ରାଲ କମିଟି ମେମ୍ବରଙ୍କୁ ମିଳିବ ୧କୋଟି ୧୦ଲକ୍ଷ, ଷ୍ଟେଟ୍‌ କମିଟି ସଦସ୍ୟ, ସ୍ପେଶାଲ ଜୋନାଲ କମିଟି ସଦସ୍ୟ ଆତ୍ମସମର୍ପଣ କଲେ ୫୫ଲକ୍ଷ ଟଙ୍କା ମିଳିବ ବୋଲି ସରକାର ଘୋଷଣା କରିଛନ୍ତି । ରିଜିଓନାଲ୍‌ କମିଟି ସଦସ୍ୟଙ୍କୁ ୩୩ଲକ୍ଷ, ଡିଜିଜନାଲ କମିଟି ସଦସ୍ୟଙ୍କ ୨୭.୫ଲକ୍ଷ ଟଙ୍କା ଡିଭିଜନାଲ କମିଟି ମେମ୍ବର ଆତ୍ମସମର୍ପଣ କଲେ ମିଳିବ ୨୨ଲକ୍ଷ ।

Comments are closed, but trackbacks and pingbacks are open.