ବିଜେଡିର ଦଳୀୟ ପଦପଦବୀରୁ ଇସ୍ତଫା ଦେଲେ ସାଂସଦ ଦେବାଶିଷ ସାମନ୍ତରାୟ

98

ଭୁବନେଶ୍ବର: ଆଜି ପୁଣି ଥରେ ବିଜେଡିକୁ ଏକ ଧକ୍କା। କାରଣ ହେଲା ଆଜି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଦଳୀୟ ପଦପଦବୀରୁ ଇସ୍ତଫା ଦେଇଛନ୍ତି। ଆଜି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଏକ ଚିଠି ଲେଖି ସେ ଦଳୀୟ ପଦପଦବୀରୁ ଇସ୍ତଫା ଦେଲେ ବୋଲି କହିଛନ୍ତି। ବିଜେଡି ତାଙ୍କୁ ବରିଷ୍ଠ ନାଗରିକ ସେଲର ଉପସଭାପତି ରାଙ୍କର ପଦବୀ ଦେଇଥିଲା। ହେଲେ ଏହି ପଦବୀ କଣ ବୋଲି ମୁଁ ଆଜି ପର୍ଯ୍ୟନ୍ତ ବୁଝିପାରି ନାହିଁ ସେଥିପାଇଁଏହି ପଦବୀରୁ ଇସ୍ତଫା ଦେଲି ବୋଲି ଦେବାଶିଷ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି ଦେବାଶିଷ କହିଛନ୍ତି ଯେ, ସେ ବିଜେଡିରେ ରହିବେ। ଏହି ଦଳ ଯେ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ପରିଚାଳିତ ହେଉଥିବ ସେ ପର୍ଯ୍ୟନ୍ତ ସେ ବିଜେଡିରେ ରହିବେ। ତେବେ ତାଙ୍କର ଅସନ୍ତୋଷ ନେଇ ସେ କହିଛନ୍ତି ଯେ, ମୋତେ ଏକ ପଦବୀ ଦିଆଗଲା ଯାହା ଉପସଭାପତି ରାଙ୍କ, ଅର୍ଥାତ ମୁଁ ଉପସଭାପତି ନୁହେଁ। ତେଣୁ ଏହି ପଦପଦବୀ କଣ ମୁଁ ଏ ପର୍ଯ୍ୟନ୍ତ ବୁଝିପାରିଲି ନାହିଁ।

Comments are closed, but trackbacks and pingbacks are open.