ନୂଆପଡ଼ାରେ ବିଜେପି ସାଂସଦ ସମ୍ବିତ ପାତ୍ରଙ୍କ ପ୍ରେସମିଟ୍‌: ନବୀନଙ୍କ ‘ବେଇମାନ୍’ ଓ ‘ପ୍ରାର୍ଥୀ ଚୋରି’ ମନ୍ତବ୍ୟକୁ କଲେ କଡ଼ା ସମାଲୋଚନା

197

ଭୁବନେଶ୍ୱର :ନୂଆପଡ଼ାରେ ପୁରୀ ଲୋକସଭା ସଦସ୍ୟ ଡାକ୍ତର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ନବୀନ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ସମାଲୋଚନା କରିବା ସହ ବେଇମାନ୍ ଓ ପ୍ରାର୍ଥୀ ଚୋରିକୁ ନେଇ ଟାର୍ଗେଟ କରିଛନ୍ତି l ସମ୍ବିତ କହିଛନ୍ତି, ନବୀନଙ୍କ ଏଭଳି ମନ୍ତବ୍ୟ ପରିବାରକୁ ଆଘାତ ଦେଇଛି। ବିଜେଡି ରାଜୁ ଢୋଲକିଆଙ୍କ ପରିବାର ପ୍ରତି ଖରାପ ବ୍ୟବହାର କରିଛି। ଦଳ ରାଜୁ ଭାଇଙ୍କୁ ରାଜନୈତିକ ବସ୍ତୁ ଭାବେ ଦେଖୁଛି। ବସ୍ତୁର ଚୋରି ହୋଇପାରେ, କିନ୍ତୁ କୌଣସି ବ୍ୟକ୍ତିର ନୁହେଁ। ଗତ ଜୁନ୍‌ ମାସରୁ ରାଜୁ ଭାଇ ହସ୍ପିଟାଲରେ ଥିଲେ, ହାର୍ଟ ଓ କିଡନୀ ଖରାପ ଥିଲା। ଚେନ୍ନାଇରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ହେଲା, କିଡନୀ ଦେବାକୁ ପୁଅ ଜୟ ରାଜିଥିଲେ। କିନ୍ତୁ ୩ ଦିନ ଭିତରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଏହା ସମ୍ଭବ ହୋଇପାରିଲାନି।

Comments are closed, but trackbacks and pingbacks are open.