ଭୁବନେଶ୍ବରର ଛଟ୍ ପୂଜାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ତାଙ୍କ ଧର୍ମପତ୍ନୀ

119

ଭୁବନେଶ୍ବର:  ଛଟ୍ ପୂଜାର ଉଦିତ ସୂର୍ଯ୍ୟଙ୍କୁ ପୂଜା କରାଯାଇଛି। ବିଭିନ୍ନ ନଦୀପଠାରେ ଶ୍ରଦ୍ଧାଳୁମାନେ ଏକାଠି ହୋଇ ପାରଂପାରିକ ରିତିରେ ଏହି ପୂଜା କରାଯାଇଛି। ଗତକାଲି ସଂଧ୍ୟାରେ ସୂର୍ଯ୍ୟ ପୂଜା କରାଯାଇଥିବା ବେଳେ ଆଜି ଉଦିତ ସୂର୍ଯ୍ୟ ପୂଜା କରାଯାଇଛି। ବିହାରର ପ୍ରସିଦ୍ଧ ଏହି ପୂଜା ବର୍ତ୍ତମାନ ସାରା ଭାରତରେ ପାଳ ଆରମ୍ଭ ହୋଇଯାଇଛି। ଯେଉଁ ରାଜ୍ୟରେ ବିହାରୀମାନେ ଅଛନ୍ତି ସେମାନେ ସେହି ସ୍ଥାନରେ ଛଟ୍ ପୂଜା କରୁଛନ୍ତି। ଫଳରେ ସ୍ଥାନୀୟ ଲୋକେ ଏଥିରେ ଆଗ୍ରହ ପ୍ରକାଶ କରି ସେମାନେ ମଧ୍ୟ ଛଟ୍ ପୂଜା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବରର ବିଭିନ୍ନ ନଦୀପଠାରେ ଛଟ୍ ପୂଜା ପାଳିତ ହୋଇଆସୁଛି। ଶ୍ରଦ୍ଧାଳୁମାନେ ବିଭିନ୍ନ ସ୍ଥାନରେ ଏକାଠି ହୋଇ ଏହା ପାଳନ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ତାଙ୍କ ପତ୍ନୀ ମଧ୍ୟ ଛଟ ପୂଜାରେ ସାମିଲ ହୋଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ମୁମ୍ବାଇରୁ ଫେରିବା ପରେ ସେ ଆଜି ଭୋରରୁ ସେ ଏହି ପୂଜାରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ନୂଆ ବାଲିଯାତ୍ରା ପଡିଆ ଠାରେ ଆୟୋଜିତ ଛଟ୍ ପୂଜା କାର୍ଯ୍ୟକ୍ରମରେ ସପତ୍ନୀକ ମୁଖ୍ୟମନ୍ତ୍ରୀ ଏହି ପୂଜା କରିଛନ୍ତି।

Comments are closed, but trackbacks and pingbacks are open.