ଧନତେରସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ରାଜ୍ୟବାସୀଙ୍କୁ ଶୁଭେଚ୍ଛା

238

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଧନତେରସ। ଏହି ଅବସରରେ ଲୋକେ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି। ବିଶ୍ବାସ ରହିଛି ଯେ, ଆଜି ସୁନା ରୂପା କିଣିଲେ ବେଶ ଶୁଭପ୍ରଦ ହୁଏ। ସେଥିପାଇଁ ସୁନାଦୋକାନରେ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ପବିତ୍ର ଧନତେରସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ । ଭଗବାନ ଧନ୍ୱନ୍ତରୀଙ୍କ ଆଶୀର୍ବାଦରୁ ରାଜ୍ୟର ପ୍ରତ୍ୟେକ ପରିବାର ସୁଖ, ଶାନ୍ତି, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ଲାଭ କରୁ। ମା’ ଲକ୍ଷ୍ମୀଙ୍କ କୃପାରୁ ଆମ ଚାଷୀ, ଶ୍ରମିକ, ମହିଳା ଓ ଯୁବପିଢ଼ିଙ୍କ ପାଇଁ ସଫଳତାର ନୂତନ ଦ୍ୱାର ଉନ୍ମୁକ୍ତ ହେଉ।

Comments are closed, but trackbacks and pingbacks are open.