ବହୁ ଚର୍ଚ୍ଚିତ ମନିଷ ମୃତ୍ୟୁ ମାମଲା : ହତ୍ୟା ଅଭିଯୋଗ ରେ ୩ ସାଙ୍ଗ ଗିରଫ

26

ଗତକିଛି ଦିନ ଧରି ଚର୍ଚାରେ ରହିଥିବା ବରିଷ୍ଠ ସାମ୍ବାଦିକ ନବୀନ ଦାସ (ନିର୍ଭୟ) ଙ୍କ ବଡ଼ ପୁଅ ମନୀଷ ଅନୁରାଗ ଦାସ ମୃତ୍ୟୁ ଉପରୁ ପରଦା ଉଠାଇଛି କମିଶନରେଟ୍ ପୋଲିସ I ମନୀଷ ଅନୁରାଗ ମୃତ୍ୟୁ ଘଟଣାର ୩ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ Iଗିରଫ ଅଭିଯୁକ୍ତ ମାନେ ହେଲେ ଦୀନେଶ ମହାପାତ୍ର ଓରଫ ଲିଟୁ, ମୃତ୍ୟୁଞ୍ଜୟ ମିଶ୍ର ଓରଫ ମୁନା ଓ ଅମ୍ରିତ ବିଶ୍ବାଳ । ଏହି ମାମଲାକୁ କମିସନରେଟ୍ ପୋଲିସର ଇନଫୋସିଟି, ତମାଣ୍ଡୋ ଥାନା ପୋଲିସ ତଦନ୍ତ କରୁଥିବା ବେଳେ ସ୍ପେଶାଲ ସ୍କ୍ବାର୍ଡ ଏହି ମାମଲାକୁ ମନିଟରିଂ କରୁଥିଲେ I ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଭୁବନେଶ୍ୱର ଡିସିପି ବିସ୍ତୃତ ସୂଚନା ଦେଇଛନ୍ତି । ପୂର୍ବରୁ ଦିନେଶ ମହାପାତ୍ର ଏବଂ ମୃତ୍ୟୁଞ୍ଜୟ ମିଶ୍ର ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ।

ସୂଚନାଯୋଗ୍ୟ ଗତ ୧୦ ତାରିଖରେ ପାତ୍ରପଡା ସ୍ଥିତ ଏହ ପୋଖରୀରେ ମନୀଷଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା ।ଏହି ଘଟଣା ର ପୋଲିସ ର ପୁଙ୍ଖାନୁପୁଙ୍ଖ ତଦନ୍ତ ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିବାକୁ ପାଇଥିଲା I ଘଟଣା ଘଟିବାର ପୂର୍ବଦିନ ରାତି ଅର୍ଥାତ ୯ ଅକଟୋବର ରେ ମନିଷ ଏବଂ ତାଙ୍କର ତିନି ଜଣ ସାଙ୍ଗ ମିଶି ନିକଟସ୍ଥ ‘ସାଉଥ ସିଟି ‘ହୋଟେଲ ରେ ପାର୍ଟି କରିଥିଲେ ଏବଂ ଘଟଣା ଦିନ ରାତିରେ ହୋଟେଲ ର ବିଲ ପେମେଣ୍ଟ କୁ ନେଇ ,ମନିଷ ଓ ତାଙ୍କ ସାଙ୍ଗ ମାନଙ୍କ ମଧ୍ୟରେ ବଚସା ହୋଇଥିଲା Iଏପରିକି ମନିଷ ଙ୍କ ମୋବାଇଲ କୁ ହୋଟେଲ କର୍ତୃପକ୍ଷ ବନ୍ଧକ ରଖିଥିଲେ ଓ ତାଙ୍କୁ ସଂପୃକ୍ତ ହୋଟେଲ୍ କର୍ମଚାରୀ ଅଟକ ରଖିଥିଲେ। ଏହାପରେ କିଛି ଲୋକ ତାଙ୍କୁ ମାରପିଟ୍ କରିବା ସହ ଟଙ୍କା ମାଗୁଥିବା ନେଇ ରବିବାର ଭୋରରେ ବାପା ନବୀନ ଦାସଙ୍କୁ ଫୋନ୍ କରି ଜଣାଇଥିଲେ ମନୀଷ। ଖବର ପାଇ ଭୋର୍ ୩ଟା ୨୪ରେ ୫ ହଜାର ଟଙ୍କା ଓ ୩ଟା ୨୭ରେ ଆଉ ୩ ହଜାର ଟଙ୍କା ପଠାଇଥିଲେ ପରିବାର ଲୋକେ Iଏହି ଟଙ୍କାରେ ହୋଟେଲ୍ ବିଲ୍ ପେମେଣ୍ଟ ହୋଇଥିବା ସନ୍ଦେହ କରାଯାଉଛି। ତା ପୂର୍ବରୁ ମନୀଷଙ୍କ ସହ ହୋଟେଲକୁ ଯାଇଥିବା ୪ ଯୁବକ ବାହାରି ଯାଇଥିବା ବେଳେ ବିଲ୍ ପେମେଣ୍ଟ ପରେ ଏକୁଟିଆ ବାହାରିଥିଲେ ମନୀଷ। ଏହାପରେ ମଧ୍ୟ ହୋଟେଲ୍ ବାହାରେ ମନୀଷ ଓ ଅନ୍ୟ ୪ ଯୁବକଙ୍କ ମଧ୍ୟରେ ବିଲ୍ ପେମେଣ୍ଟକୁ ନେଇ ପୁଣି ବଚସା ହୋଇଥିଲା। ଆଉ ଏହାର କେଇ ଘଣ୍ଟା ପରେ ପୋଖରୀରୁ ମିଳିଥିଲା ମନୀଷଙ୍କ ମୃତଦେହ। ହେଲେ ହୋଟେଲକୁ ସାଙ୍ଗରେ ଯାଇଥିବା ଯୁବକ କିନ୍ତୁ ଘଟଣାସ୍ଥଳରୁ ଖସିଯାଇଥିଲେ। ସେମାନଙ୍କ ମଧ୍ୟରୁ କନ୍ଧମାଳରୁ ଧରାପଡ଼ିଥିବା ମୃତ୍ୟୁଞ୍ଜୟ ଏବଂ ଦିନେଶ ୟୁନିଟ୍-୪ ସ୍ଥିତ ସ୍ୱାଗତ ହୋଟେଲକୁ ସକାଳ ୫ଟାରେ ଚେକ୍ ଇନ୍ କରିଥିଲେ। ୧୨ ଘଣ୍ଟା ସେଠାରେ ରହିବା ପରେ ଦୁହେଁ କନ୍ଧମାଳ ପଳାଇଥିଲେ।

ଏହି ଘଟଣା ର ଦୃଶ୍ୟ (ମନୀଷ ସେଦିନ ରାତି କଟାଇଥିବା ସାଉଥ୍ ସିଟି ହୋଟେଲ)ର ଏକ ଭିଡିଓ ଭାଇରାଲ ହେବାପରେ ଜଣ ପଡିଥିଲା । ହୋଟେଲ ଭିତରେ ଚାଲିଥିବା ନାଇଟ୍ ପାର୍ଟିରେ ଯୁବକ ଯୁବତୀମାନେ ନିଶାସକ୍ତ ଅବସ୍ଥାରେ ନାଚ ଗୀତରେ ମାତିଥିବା ଭିଡିଓରେ ଦେଖିବାକୁ ମିଳିଥିଲା । ଆଉ ନାଚୁଥିବା ଯୁବତୀମାନଙ୍କ ଉପରକୁ ଟଙ୍କା ଉଡାଉଥିଲେ କିଛି ଯୁବକ । ପୋଲିସ ଏହି ହୋଟେଲକୁ ସିଲ୍ କରି ତଦନ୍ତ ଆରମ୍ଭ କରିଥିଲା । ହୋଟେଲ କର୍ମଚାରୀଙ୍କୁ ଅଟକ ରଖି ଜେରା କରିଥିଲା ପୋଲିସ ।

ଭୁବନେଶ୍ୱର ଏମ୍ସ ରେ ସ୍ଵ ବ୍ୟବଚ୍ଛେଦ ପରେ ମନୀଷଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ କାରଣରୁ ହୋଇଥିବା ଜଣାପଡ଼ିଥିଲା I ଭୁବନେଶ୍ୱର ଏମ୍‌ସ ପିଆର୍‌ଓ ଡାକ୍ତର ପ୍ରଭାସ ରଂଜନ ତ୍ରିପାଠୀ ଏହି ସୂଚନା ଦେଇଥିଲେ।

Leave A Reply

Your email address will not be published.