୨୧ରେ ଯୁକ୍ତ ୨ ପ୍ରଥମ ବର୍ଷ ଏବଂ ୨୫ରେ ଅଷ୍ଟମ ଶ୍ରେଣୀ ଖୋଲିବ

27

କରୋନା ସଂକ୍ରମଣ ଯୋଗୁଁ ଦୀର୍ଘ ଦୁଇ ବର୍ଷ ଧରି ସ୍କୁଲ ଏବଂ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି I ବର୍ତମାନ ଅନ୍ୟାନ୍ୟ ରାଜ୍ୟ ସହିତ ଓଡ଼ିଶାରେ ମଧ୍ୟ ସଂକ୍ରମଣ ଧୀରେ ଧୀରେ କମି ଯାଉଛି ଇ ସଂକ୍ରମଣ ହ୍ରାସ ପାଉଥିବାରୁ ରାଜ୍ୟ ସରକାର ପର୍ଯ୍ୟକ୍ରମେ ଶିକ୍ଷାନୁଷ୍ଠାନ ଖୋଲୁଛନ୍ତି ଇ ସେହି ପରି ସ୍ୱଚାଳିତ ମାସ ୨୧ ତାରିଖ ରୁ +୨ ପ୍ରଥମ ବର୍ଷ ଓ ୨୫ ତାରିଖରୁ ୮ମ ଶ୍ରେଣୀ ଖୋଲା ଯିବବୋଲି ଗଣଶିକ୍ଷା ବିଭାଗ ନିର୍ଦେଶ ଦେଇଛନ୍ତି I ଉଭୟ ସରକାରୀ ଓ ଘରୋଇ ସ୍କୁଲ ପାଇଁ ଏହା ଲାଗୁ ହେବ। ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଲାସ୍ ସକାଳ ୯ଟାରୁ ସାଢ଼େ ୧୨ଟା ଯାଏଁ ଚାଲିବ । ସେହିଭଳି ଯୁକ୍ତ ଦୁଇ ପ୍ରଥମ ବର୍ଷ କ୍ଲାସ୍ ହେବ ସକାଳ ୧୦ଟାରୁ ଦିନ ୧ଟା ୩୦ ପର୍ଯ୍ୟନ୍ତ ଚାଲିବ। ଅଫଲାଇନ୍ ମୋଡ୍ ସହିତ ଅନଲାଇନ ମୋଡରେ ମଧ୍ୟ କ୍ଲାସ୍ ଜାରି ରହିବ। ଏଥିପାଇଁ କ୍ୟାମ୍ପସ ପ୍ରସ୍ତୁତ ରଖିବାକୁ ଡିଇଓମାନଙ୍କ ନିକଟକୁ ନିର୍ଦ୍ଦେଶ ଯିବ।
ରାଜ୍ୟରେ ସ୍କୁଲ ଖୋଲିବା ପରିପ୍ରେକ୍ଷୀରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଦେଢ଼ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ଶିକ୍ଷା କ୍ଷେତ୍ର ପ୍ରଭାବିତ । ପିଲାମାନଙ୍କ ଭବିଷ୍ୟତକୁ ନେଇ ଖେଳିହେବନି । ବର୍ତ୍ତମାନ ବିଶ୍ବର କେତେକ ଦେଶ ଓ ରାଜ୍ୟରେ ସ୍କୁଲ ଖୋଲିଗଲାଣି । ଆଗକୁ ଯଦି ନିୟମ ପାଳନ ଠିକରେ ନ ହୁଏ କିମ୍ବା କିଛି ସେପରି ପରିସ୍ଥିତି ଆସେ ତେବେ ପୁଣି ସ୍କୁଲ ବନ୍ଦ କରାଯିବ ବୋଲି ଡିଏମଇଟି କହିଛନ୍ତି ।
ସ୍କୁଲ ଖୋଲିବା ପରେ ସର୍ଭିଲାନ୍ସ ଟିମ୍‌ ନଜରରେ ସ୍କୁଲ ପିଲା ରହିବେ। ସ୍କୁଲ ଖୋଲିବା ପରେ ଲକ୍ଷଣ ଥିବା ପିଲାଙ୍କ ଟେଷ୍ଟିଂ ହେବ। ସ୍କୁଲ ପିଲାଙ୍କୁ ମନିଟରିଂ କରାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।
ସେପଟେ ପୂଜାରେ କେତେ ସଂକ୍ରମଣ ବଢ଼ିଛି ଜାଣିବାକୁ ୭ରୁ ୧୦ ଦିନ ଲାଗିବ। ସର୍ଭିଲାନ୍ସ ଚାଲିଛି, କେତେ ସଂକ୍ରମଣ ବଢ଼ିଛି ଧୀରେ ଧୀରେ ଜଣାପଡ଼ିବ। ତେଣୁ ବଡ଼ ଲୋକଙ୍କଠାରୁ ଛୁଆଙ୍କୁ କରୋନା ବ୍ୟାପିବାର ସମ୍ଭାବନା ଥାଏ, ତେଣୁ ସମସ୍ତଙ୍କୁ ସଚେତନ ହେବା ଜରୁରୀ । ସ୍କୁଲରେ ଶିକ୍ଷକ, ଅଭିଭାବକ ସମସ୍ତେ ଟିକା ନେଇଯିବା ଜରୁରୀ । ପିଲାମାନଙ୍କ ଭିତରେ ବାରମ୍ବାର ସଚେତନତା ବଢ଼େଇବା ଆବଶ୍ୟକ ବୋଲି ଡିଏମଇଟି କହିଛନ୍ତି ।
ସେହିପରି ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ଶ୍ରେଣୀ ଖୋଲିବା ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.