ଭୁବନେଶ୍ବର: ଆଜି ହେଉଛି ଦେଶର ପ୍ରତିଷ୍ଠତ ଜନନେତା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ନବୀନ ଜନ୍ମଗ୍ରହଣ କରିଥିଲେ। ଆଜି ୭୯ ବର୍ଷରେ ପାଦ ଦେଇଛନ୍ତି ନବୀନ। ତାଙ୍କର ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ପହଞ୍ଚିବାରେ ଲାଗିଛି। ତେବେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କୁ ନିଜ କଳା ମାଧ୍ୟମରେ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୁଦର୍ଶନ ବାଲୁକା କଳାରେ ନବୀନଙ୍କ ଏକ ସୁନ୍ଦର ପ୍ରତିକୃତି ନିର୍ମାଣ କରିଛନ୍ତି। ଏକ ଗୋଲାପି ରଂଗର ବାଲୁକା କେକ୍ କରି ନବୀନଙ୍କ ପାଖରେ ରଖିଛନ୍ତି। ସେଥିରେ ସେ ହାପି ବାର୍ଥ ଡେ ବୋଲି ଲେଖିଛନ୍ତି। ପୁରୀ ବେଳାଭୂମିରେ ହୋଇଥିବା ଏହି କଳା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଠ କରିବାରେ ଲାଗିଛି। ଭାରତୀୟ ରାଜନୈତିକ ଇତିହାସରେ ନବୀନ ପଟ୍ଟନାୟକ ବେଶ ପରିଚିତ ନାମ। ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ସେ ରାଜନୀତିରେ ପାଦ ଥାପିଥିଲେ। ବିଜୁବାବୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ନବୀନଙ୍କ କୌଣସି ଭୂମିକା ନ ଥିଲା କି ସେ ରାଜନୀତିରେ ନ ଥିଲେ। ତାଙ୍କର ଦେହାନ୍ତ ପରେ ସେ ଲୋକସଭା ନିର୍ବାଚନ ଲଢ଼ିଥିଲେ ଏବଂ କେନ୍ଦ୍ରରେ ମନ୍ତ୍ରୀ ଥିଲେ। ପରବର୍ତ୍ତୀ ସମୟରେ ବିଜେଡି ଗଠନ ହେଲା ପରେ ସେ ସେହି ଦଳର ସଭାପତି ହେଲେ । ବର୍ତ୍ତମାନ ସୁଦ୍ଧା ତାଙ୍କର ରାଜନୀତିରେ ପ୍ରାୟ ୨୯ ବର୍ଷ ହୋଇଗଲାଣି । ସେଥିରୁ ୨୫ ବର୍ଷରୁ ଅଧିକ ସମୟ ସେ କ୍ଷମତାରେ ହିଁ ରହିଛନ୍ତି। ୨୪ ବର୍ଷ ଲଗାତାର ମୁଖ୍ୟମନ୍ତ୍ରୀ ପଦବିରେ ରହି ନବୀନ ରେକର୍ଡ ସ୍ଥାପନ କରିଛନ୍ତି।
Comments are closed, but trackbacks and pingbacks are open.