ନୂଆପଡାରେ ଗର୍ଜ୍ଜିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

204

ଭୁବନେଶ୍ବର: ଆଜି ନୂଆପଡା ଶକ୍ତି ପ୍ରଦର୍ଶନ କରିଛି ବିଜେପି। ନୂଆପଡା ଉପନିର୍ବାଚନରେ ଜିତିବା ପାଇଁ ଦଳ ତରଫରୁ ସେଠାରେ ଆୟୋଜିତ ହୋଇଯାଇଛି ବିରାଟ କାର୍ଯ୍ୟକ୍ରମ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିଜୟୀ କରିବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି। ତେବେ ଏହି ସଭାରେ ମୁଖ୍ୟମନ୍ତ୍ରୀ ବିଜେଡି ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଏହି ଦୁଇ ଦଳ ମହିଳାଙ୍କୁ କିପରି ସମ୍ମାନ ଦିଏ ତାହାର ପ୍ରମାଣ ଆପଣମାନେ ଜାଣି ସାରିଥିବେ। ନିକଟରେ ପଶ୍ଚିମବଂଗରେ ଜଣେ ଓଡିଆ ଛାତ୍ରୀଙ୍କୁ ଗଣବଳତ୍କାର କରାଗଲା। ହେଲେ ଏହି ଦୁଇ ବିରୋଧୀ ଦଳ ରାଜରାସ୍ତାକୁ ଓହ୍ଲାଇଲେ ନାହିଁ। ଲୋକମାନେ ଜାଣିସାରିଲେଣି ଏହି ଦୁଇଦଳ କିପରି ଭୁଆଁ ବୁଲାଇବାରେ ଲାଗିଛି। ସେହିପରି ସେ କହିଛନ୍ତି ଯେ, ନୂଆପଡା ବିକାଶ ଦାୟିତ୍ବ ମୁଁ ନେଲି। ନିକଟରେ ୧୧ ଶହ କୋଟିର ପ୍ରକଳ୍ପ ଘୋଷଣା କରାଯାଇଛି। ନିର୍ବାଚନ ପରେ ତାହାର କାମ ଆରମ୍ଭ ହେବ। ନୂଆପଡା ବିକାଶ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡିହେବ। ପୂର୍ବ ସରକାର ପ୍ରତିଶୃତି ଦେଉଥିଲେ ହେଲେ କାମ କରୁ ନ ଥିଲେ। ଆମେ କାମ କରି ଦେଖାଇବୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀଙ୍କୁ ନେଇ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ ଯେ, ବିଜେଡି ନୂଆପଡା ନେତାଙ୍କୁ ପାଇଲା ନାହିଁ। ସେହି ଦଳ ବାହାର ଜିଲ୍ଲାରୁ ଆଣି ପ୍ରାର୍ଥୀ କରିଛି। ଫଳରେ ବର୍ତ୍ତମାନ ବିଜେପି ସହିତ କଂଗ୍ରେସର ଲଢେଇ ହେବ। ବିଜେଡି ତୃତୀୟ ସ୍ଥାନକୁ ଖସିଗଲାଣି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ବିଜେଡି ଜୟ ଢୋଲକିଆଙ୍କ ସଂପର୍କରେ ଯେଉଁ ଟିପ୍ପଣୀ ଦେଇଛନ୍ତି ତାହା ନିନ୍ଦନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed, but trackbacks and pingbacks are open.