କେନ୍ଦ୍ର ମନ୍ତ୍ରୀ ଙ୍କୁ ଅସମ୍ମାନ : ମୁହଁ ଖୋଲିଲେ ବିଶେଶ୍ୱର ଟୁଡୁ

23

ଓଡିଶା ର ସାଂସଦ ବିଶ୍ୱେଶ୍ୱର ଟୁଡୁ ଙ୍କୁ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି I କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ ଙ୍କ ସମୀକ୍ଷା ବୈଠକ ରେ ରାଜ୍ୟ ପ୍ରଶାସନ ସହଯୋଗ କରୁନାହିଁ ବୋଲି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମୁହଁ ଖୋଲିଛନ୍ତି । ଜଣେ କେନ୍ଦ୍ରମନ୍ତ୍ରୀ ହୋଇଥିବା ସତ୍ୱେ ଅଫିସର ଓ ଜିଲ୍ଲା ପ୍ରଶାସନ ପ୍ରୋଟକଲ ଅନୁସାରେ ମାନୁନାହାନ୍ତି, କିମ୍ବା ସହଯୋଗ ଓ ସମ୍ମାନ ପ୍ରଦର୍ଶନ କରୁ ନାହାନ୍ତି ବୋଲି ଶ୍ରୀ ଟୁଡୁ ଅଭିଯୋଗ ଆଣିଛନ୍ତି ।
ବିଶ୍ୱେଶ୍ୱର ଟୁଡୁ ଅଭିଯୋଗ କରିଛନ୍ତି , ଜିଲ୍ଲପାଳ ଓ ଅନ୍ୟ ଅଧିକାରୀ ବିଜେଡିର କର୍ମୀଭାବେ କାମ କରୁଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମରେ ସେ ଅଫିସରଙ୍କ ଉପରେ ରାଗିବା ପରେ ଓଏଏସ ସଂଘ କଳାବ୍ୟାଚ ପିନ୍ଧି ଏହାର ପ୍ରତିବାଦ କରିଥିଲେ । ଏହାର ଜବାବ ଦେବାକୁ ଯାଇ କେନ୍ଦ୍ରମନ୍ତ୍ରୀ ଓଏଏସ ସଂଘକୁ କଳା ସାର୍ଟ ପିନ୍ଧାଇବେ ବୋଲି ଚ୍ୟାଲେଞ୍ଜ କରିଛନ୍ତି I
ଏହା ସହିତ କେନ୍ଦ୍ରମନ୍ତ୍ରୀ କହିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କୁ କେମିତି ସମ୍ମାନ ଦିଆଯାଏ ଅଫିସରମାନେ ସିଖି ନାହାନ୍ତି । ଯେତେବେଳେ ସେ ଜିଲ୍ଲା ଗସ୍ତ କରୁଛନ୍ତି ସେତେବେଳେ ଜିଲ୍ଲାପାଳମାନେ ମଧ୍ୟ ତାଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କରିବାକୁ ଆସୁ ନାହାନ୍ତି । ଯାହାକୁ ନେଇ କ୍ଷୁବ୍ଧ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ I ସେ କହିଛନ୍ତି କି ସମୀକ୍ଷା ବୈଠକ ରେ ଜିଲ୍ଲାପାଳ ଉପସ୍ଥିତ ନ ରହି କନିଷ୍ଠ ଅଧିକାରୀ ଙ୍କୁ ଦାୟିତ୍ୱ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ I କେନ୍ଦ୍ର ସରକାର ଦେଉଥିବା ଅର୍ଥକୁ ବିକାଶ କାର୍ଯ୍ୟ ରେ ସଠିକ ବିନିଯୋଗ କରା ନଯାଇ ଶାସକ ଦଳ ର ନେତା ଓ ଠିକାଦାର ଙ୍କ ମାଧ୍ୟମ ରେ ହରିଲୁଟ ହେଉଛି ବୋଲି ଅଭିଯୋଗ କରିଛନ୍ତି I

Leave A Reply

Your email address will not be published.