ଭୁବନେଶ୍ଵର: ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡ଼ିକୁ ନେଇ ପ୍ରସ୍ତୁତ କରାଯାଇଥିବା ଏନଆଇଆରଏଫ-୨୦୨୫ ମାନ୍ୟତାରେ ଭୁବନେଶ୍ବର ଏମ୍ସ ଚତୁର୍ଦ୍ଦଶ ସ୍ଥାନ ହାସଲ କରିଛି। ଶ୍ରେଷ୍ଠ ମେଡ଼ିକାଲ କଲେଜ ବର୍ଗରେ ଭୁବନେଶ୍ବର ଏମ୍ସ ଏହି ମାନ୍ୟତା ପାଇଛି। ୨୦୨୧ରେ ୩୧ତମ ସ୍ଥାନରେ ଥିବା ଏମ୍ସ ଚଳିତ ଥର ଚତୁର୍ଦ୍ଦଶ ସ୍ଥାନକୁ ଉନ୍ନୀତ ହୋଇଛି। ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ ଏହି ସଫଳତାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ସଂପୂର୍ଣ୍ଣ ଏମ୍ସ ପରିବାରର ମିଳିତ କଠୋର ପରିଶ୍ରମ ଏବଂ ସମର୍ପଣ କାରଣରୁ ଏହା ସମ୍ଭବପର ହୋଇପାରିଛି।
Comments are closed, but trackbacks and pingbacks are open.