ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

212

ଭୁବନେଶ୍ବର: ବଡ଼ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ମେଣ୍ଟୁ ଛକରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ଜଣେ ମିଠା ବ୍ୟବସାୟୀଙ୍କ ପୁଅ ସୁରଜ୍ ସାହୁ ନିଜ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହେବା ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ଥିବା ବେଳେ ଗୁରୁତର ଯୁବକ ଜଣକ ଘଟଣା ପୁର୍ବରୁ ଏକ ପତ୍ର ମାଧ୍ୟମରେ ଲେଖିଛନ୍ତି ଯେ, ମୋର ଏହି ଘଟଣା ପାଇଁ କେହି ଦାୟୀ ନୁହଁନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed, but trackbacks and pingbacks are open.