କାବୁଲ ହୋଟେଲରେ ଉପରେ ବଡ଼ ଧରଣ ର ଆକ୍ରମଣ ସୂଚନା

37

ଆଫଗାନିସ୍ତାନ ରେ କାବୁଲ ସ୍ଥିତ ହୋଟେଲ ସେରେନା ରେ ବଡ ଧରଣର ଆକ୍ରମଣ ହେବାର ସୂଚନା ପାଇବା ପରେ ଆମେରିକା ଗୁଇନ୍ଦା ଏଜେନ୍ସି ଏନେଇ ଆମେରିକା ସୁରକ୍ଷା ମନ୍ତ୍ରଣାଳୟକୁ ଜଣାଇଥିଲା । ଏ ନେଇ ବ୍ରିଟେନ ଓ ଆମେରିକା ନାଗରିକଙ୍କୁ ଆଲର୍ଟ କରିଛନ୍ତି ଉଭୟ ଦେଶ ସରକାର ଏହି ଅବସରରେ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ‘କାବୁଲ ହୋଟେଲରେ ଥିଲେ ତୁରନ୍ତ ଛାଡି ପଳାଅ । ହୋଟେଲ ପାଖାପାଖି ମଧ୍ୟ ରୁହନି’ । ଏହାସହ କାବୁଲ ଗସ୍ତକୁ ବାତିଲ କରିବାକୁ ମଧ୍ୟ ସତର୍କ କରାଇଛନ୍ତି । ଆମେରିକାର ଚେତାବନୀ ଏପରି ସମୟରେ ଆସିଛି ଯେଉଁ ସମୟରେ ଆଫଗାନିସ୍ତାନରେ ବିସ୍ଫୋରଣର ଭୟ ଲୋକଙ୍କ ଡରାଉଛି । କାରଣ ଗତ ସପ୍ତାହରେ କୁନ୍ଦୁଜ ପ୍ରାନ୍ତରରେ ଥିବା ମସଜିଦରେ ବିସ୍ଫୋରଣ ଘଟି ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।

Leave A Reply

Your email address will not be published.