ଭୁବନେଶ୍ବର: ପୁଣି ଥରେ ରାଜ୍ୟ ସରକାର ଚାଷୀ ପଞ୍ଜିକରଣ ସମୟ ବୃଦ୍ଧି କରିବେ। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସଙ୍କେତ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, କୌଣସି ଚାଷୀ ଯେପରି ତାହାର ଅଧିକାରରୁ ବଞ୍ଚିତ ନ ହୁଏ ସେଥିପାଇଁ ବ୍ୟବସ୍ଥା କରାଯାଉଛି। ପଂଜିକରଣ ଶେଷ ହେବା ପରେ ମଧ୍ୟ ଅନେକ ଚାଷୀ ସେଥିରେ ସାମିଲ ହୋଇପାରି ନାହାଁନ୍ତି। ସେଥିପାଇଁ ଏହି ସମୟ ବୃଦ୍ଧି କରାଯିବ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି । ୧୯ ଲକ୍ଷ୍ ୬୬ ହଜାର ଚାଷୀ ବର୍ତ୍ତମାନ ସୁଦ୍ଧା ପଞ୍ଜୀକରଣ କରିଛନ୍ତି। ତେବେ ଯେଉଁମାନେ ସରକାରୀ ଜମି, ଶ୍ମସାନ ଜମି, ମନ୍ଦିର ଜମି ରେଜିଷ୍ଟ୍ରେସନ୍ କରିଥିବେ ସର୍ଭେ କରି ସେଗୁଡ଼ିକୁ କାଟି ଦିଆଯିବ। ଫଳରେ ଏହି ସଂଖ୍ୟା ସାମାନ୍ୟ ହ୍ରାସ ପାଇପାରେ।
Comments are closed, but trackbacks and pingbacks are open.