ବିଜେଡି ପାର୍ଟି ଫଣ୍ଡ ପାଇଁ ଯାଇପାରେ ନବୀନଙ୍କ ଜୀବନ: ସରୋଜ ପାଢ଼ୀ

199

ଭୁବନେଶ୍ୱର: ବିଜେଡ଼ିରେ ଦଳୀୟ କନ୍ଦଳ ବଢିଚାଲିଛି । ଦଳର ବହୁ ବରିଷ୍ଠ ନେତା ଖୋଲାଖୋଲି ଭାବେ ପାଣ୍ଡିଆନଙ୍କ ଉପସ୍ଥିତିକୁ ନେଇ ଅସନ୍ତୋଷ ଜାହିର କରୁଛନ୍ତି । ଏହିଭଳି ସମୟ ରେ ବିଜେପି ବିଧାୟକ ସରୋଜ ପାଢ଼ୀ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ସରୋଜ ପାଢ଼ୀ କହିଛନ୍ତି, ପାର୍ଟି ଫଣ୍ଡ ହଡ଼ପ କରିବା ଲାଗି ନବୀନଙ୍କ ପାଖରେ ଛାଇ ଭଳି ରହୁଛନ୍ତି ପାଣ୍ଡିଆନ । ପାର୍ଟି ଫଣ୍ଡ ପାଇଁ କେତେବେଳେ ନବୀନ ପଟ୍ଟନାୟକଙ୍କର କଣ ହେବ କେହି କହି ପାରିବେ ନାହିଁ l ପାର୍ଟି ଫଣ୍ଡ ପାଇଁ ନବୀନଙ୍କ ଜୀବନ ବି ଯାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କାଳେ କିଏ ନବୀନଙ୍କ ନିକଟତର ହୋଇଯିବ ସେଥିପାଇଁ କାହାକୁ ନବୀନଙ୍କ ପାଖ ଯିବାକୁ ଦେଉ ନାହାନ୍ତି ପାଣ୍ଡିଆନ । ଯେଉଁମାନେ ନବୀନଙ୍କ ସହ ଥିଲେ ତାଙ୍କୁ ନବୀନ ନିବାସଠୁ ଦୁରେଇ ରଖିଛନ୍ତି ପାଣ୍ଡିଆନ । ଯେଉଁଠି ରାଜ୍ୟବାସୀ କି ବିଜେଡିର କେହି ନେତା ପାଣ୍ଡିଆନଙ୍କୁ ଗ୍ରହଣ କରୁ ନାହାନ୍ତି ସେଠି ପାଣ୍ଡିଆନ ନବୀନଙ୍କୁ ଜବରଦସ୍ତି ଟାଣି ଧରି ରଖିବା ପଛରେ ସ୍ୱାର୍ଥ କ’ଣ ତାହା ଜଣା ପଡିଯାଉଛି ବୋଲି କହିଛନ୍ତି ।ସରୋଜ ଆହୁରି କହିଛନ୍ତି, ବିଜେଡି ପାଣ୍ଠିରେ ୧୦୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ରହିଛି ତାହା ଉପରେ ସମସ୍ତଙ୍କ ନଜର ରହିଛି । ନବୀନ ଯଦି ପାଣ୍ଡିଆନ ଦମ୍ପତିଙ୍କୁ ଦାୟିତ୍ୱ ଦେଇ ଦେବେ ତେବେ ସେମାନେ ସେ ଟଙ୍କାର ମାଲିକ ହୋଇଯିବେ । ସେଥିପାଇଁ କୋଟେରୀ ଗ୍ରୁପକୁ ଧରି ବିଜେଡିରେ ପଶିବା ପାଇଁ ପାଣ୍ଡିଆନ ଦମ୍ପତି ଯୋଜନା କରୁଛନ୍ତି । ରାଜା ସ୍ୱାଇଁ ଭଳି ବରିଷ୍ଠ ନେତାଙ୍କୁ ପାଣ୍ଡିଆନ ଏଭଳି ବ୍ୟବହାର କରିବା କେହି ହଜମ କରି ପାରୁ ନାହାନ୍ତି ବୋଲି କହିଛନ୍ତି ବିଧାୟକ ଶ୍ରୀଯୁକ୍ତ ପାଢ଼ୀ ।ତାଙ୍କ ର ଏହି ବୟାନ ଏବେ ସାରା ରାଜ୍ୟ ରେ ହଇଚଇ ସୃଷ୍ଟି କରିଛି l

Comments are closed, but trackbacks and pingbacks are open.