ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ବାଣିଜ୍ୟିକ ପ୍ରତିଷ୍ଠାନର ଫଳକରେ ଓଡ଼ିଆ ଲେଖାକୁ କଲେ ବାଧ୍ୟତାମୂଳକ

212

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି। ରାଜ୍ୟ ସରକାର ଓଡିଆ ଭାଷାକୁ ଗୁରୁତ୍ଵ ଦେଇ ଓଡ଼ିଶାର ସମସ୍ତ ବାଣିଜ୍ୟିକ ପ୍ରତିଷ୍ଠାନର ଫଳକରେ ଓଡ଼ିଆ ଲେଖାକୁ ବାଧ୍ୟତାମୂଳକ କରିଛନ୍ତି। ଏନେଇ ଗୃହ ନଗର ଉନ୍ନୟନ ବିଭାଗ ସଚିବ ଉଷା ପାଢ଼ୀଙ୍କ ପକ୍ଷରୁ ସମସ୍ତ ମହାନଗର ନିଗମ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଚିଠି କରାଯାଇଛି। ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ଫଳକରେ ଓଡ଼ିଆରେ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି।ସେପ୍ଟେମ୍ବର ୩୦ ସୁଦ୍ଧା ନିର୍ଦ୍ଦେଶର ପରିଚାଳନା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନୁପାଳନ ନ କଲେ ବାଣିଜ୍ୟିକ ଅନୁଷ୍ଠାନମାନଙ୍କୁ ନୋଟିସ୍ କରାଯିବ। ନୋଟିସ୍‌ର ୫୫ ଦିନରେ ସଂଶୋଧନ କଲେ ଦିନକୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ।

Comments are closed, but trackbacks and pingbacks are open.