ଜେଲ ଗଲେ ଆଶିଷ ମିଶ୍ର

37

ଗତ କାଲି ଏସଆଇଟି ଦ୍ୱାରା ଗିରଫ ହୋଇଥିବା ଲଖିମିପୁର ଖେରୀ ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଆଶିଷ ମିଶ୍ରଙ୍କୁ ଆଜି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆନ୍ଦୋଳନ ରତ ଚାଷୀଙ୍କୁ ଗାଡି ମଡ଼ାଇ ହତ୍ୟା କରିବା ଅଭିଯୋଗ ରେ ଗିରଫ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଙ୍କ ପୁଅ ଆଶିଷ ମିଶ୍ର ।

ଶନିବାର ଦିନ ସ୍ୱତନ୍ତ୍ର ତଦନ୍ତ କାରୀ ଦଳ ଦୀର୍ଘ ୧୧ ଘଣ୍ଟାର ଜେରାପରେ ତାଙ୍କୁ ଗିରଫ କରିଥିଲା। ଏହାପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଗିରଫ ମନ୍ତ୍ରୀଙ୍କ ପୁଅକୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଆଶିଷ ମିଶ୍ରାଙ୍କୁ ଲଖିମପୁର ଖେରି ଜିଲ୍ଲା ଜେଲ୍‌ରେ ରଖାଯାଇଛି।

ଏହି ମାମଲାର ତଦନ୍ତ କରୁଥିବା ଜଣେ ଅଧିକାରୀ କହିଛନ୍ତି, ଆଶିଷଙ୍କୁ ରିମାଣ୍ଡରେ ନେବା ପାଇଁ ପୁଲିସ କୋର୍ଟରେ ଆବେଦନ କରିଥିଲା। ଆସନ୍ତାକାଲି ଏହି ରିମାଣ୍ଡ ଆବେଦନର ଶୁଣାଣି ହେବ।

ଶରଣପୁର ଡିଆଇଜି ଉପେନ୍ଦ୍ର ଅଗ୍ରୱାଲ ଙ୍କ ନେତୃତ୍ୱାଧୀନ ଅଧିକାରୀ ମାନେ ଆଶିଷ ଙ୍କୁ ପ୍ରାୟ ୪୦ ଟି ରୁ ଅଧିକ ପ୍ରଶ୍ନ ପଚାରି ଥିଲେ ଇ ହେଲେ ସେ ଏସ୍‌ଆଇଟିର ଗୋଟିଏ ବି ପ୍ରଶ୍ନର ଉତ୍ତର ଦେଇନଥିଲେ। ଏସଆଇଟି ସଦସ୍ୟ ମାନେ ଗୁଡେଇ ତୁଡେଇ ପ୍ରଶ୍ନ ପଚାରିବାବେଳେ ଭିଡିଓ ରେକର୍ଡିଙ୍ଗ ହେଉଥିଲା I ଏ ପରିକି ଅକ୍ଟୋବର ୩ ତାରିଖ ଅପରାହ୍ନ ୨.୩୬ରୁ ୩.୩୦ ମଧ୍ୟରେ କେଉଁଠି ଥିଲେ ପ୍ରଶ୍ନରେ ଆଶିଷ ଠିକ୍‌ରେ କିଛି କହିପାରିନଥିଲେ ଏବଂ ଏନେଇ ପ୍ରମାଣ ମଧ୍ୟ ଦେଇପାରିନଥିଲେ। ପୁଲିସର ଅନେକ ପ୍ରଶ୍ନକୁ ‌ସେ ଏଡାଇ ଯାଇଥିଲେ।ସେହିପରି ତଦନ୍ତରେ ଆଶିଷ ମିଶ୍ରା ସହଯୋଗ କରିନଥିଲେ। ତେବେ ତାଙ୍କ କହିବା ଅନୁଯାୟୀ ତଥାକଥିତ ଦୁର୍ଘଟଣା ଘଟାଇଥିବା କାର ତାଙ୍କର ଥିଲେ ମଧ୍ୟ ସେ କାର ରେ ନ ଥିବା ର ପ୍ରମାଣ ଭିଡିଓ ଓ ସତ୍ୟପାଠ ଆକାର ରେ ଉପସ୍ଥାପନ କରିଥିଲେ ଇ ସେ ସାକ୍ଷୀ ପ୍ରମାଣ ଭାବେ ୧୦ ଜଣ ଙ୍କ ମନ୍ତବ୍ୟ ସତ୍ୟ ପାଠ ରେ ଉଲ୍ଲେଖ କରିଥିଲେ ଇ ଏଥିରେ ସେ ଘଟଣା ସମୟ ରେ ଏକ କୁସ୍ତି ପ୍ରତିଯୋଗିତା ସ୍ଥଳ ରେ ଥିବା ଦର୍ଶାଇଛନ୍ତି I
ପୁଲିସ ଦୁଇଥର ନୋଟିସ୍ ଦେବା ପରେ ସୁପ୍ରିମକୋର୍ଟ ଭର୍ତ୍ସନା କରିବା ପରେ ଶନିବାର କ୍ରାଇମ୍‌ବ୍ରାଞ୍ଚରେ ହାଜର ହୋଇଥିଲେ ଅଭିଯୁକ୍ତ ଆଶିଷ ମିଶ୍ରା।
ସୂଚନା ଯୋଗ୍ୟ ଯେ ଆଶିଷ ମିଶ୍ରଙ୍କ ବିରୋଧ ରେ ଆଇପିସି ର ଧାରା ୧୪୭,୧୪୮,୧୪୯ (ଦଙ୍ଗା ସମ୍ବନ୍ଧିତ),୨୭୯(ବେପରୁଆ ଗାଡି ଚାଳନା )୩୩୮(ଜୀବନ ନେବା) ୩୦୪-ଏ ,୩୦୨ (ହତ୍ୟା) ଓ ୧୨୦-ବି (ଅପରାଧିକ ଷଡଯନ୍ତ୍ର )ଆଧାର ରେ ମାମଲା ରୁଜୁ କାରାଯାଇଛି I

Leave A Reply

Your email address will not be published.