ଭୁବନେଶ୍ୱର: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଆର ଆଣ୍ଡ ବି ଡିଭିଜନ-୨ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘର ସମେତ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ଉ କରୁଛି। ଭୁବନେଶ୍ୱରର ୮ଟି ଏବଂ ନୟାଗଡ଼ର ୨ଟି ସ୍ଥାନରେ ଚଢ଼ଉ ଜାରି ରହିଛି। ଭୁବନେଶ୍ୱର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ,ଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୭ଜଣ ଡିଏସ୍ପି, ୫ ଜଣ ଇନ୍ସପେକ୍ଟର, ୧୧ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଭୁବନେଶ୍ୱର ଏବଂ ନୟାଗଡ଼ରେ ୧୦ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଉଛି।
୧) ପ୍ଲଟ୍ ନମ୍ବର ୨୨୬, ସେକ୍ଟର-୫, ନୀଳାଦ୍ରି ବିହାରରେ ଥିବା ତିନି ମହଲା କୋଠା, ଫ୍ଲାଟ୍ ନମ୍ବର ଇ-୦୮୩, ଅଷ୍ଟମ ମହଲା, କସମୋପଲିସ୍, ଦୋକାନ ନମ୍ବର ୧୬, ସିମ୍ଫନି ମଲ୍, ପାହାଳ, ନୟାଗଡ଼ର ଜଗନ୍ନାଥପ୍ରସାଦରେ ଅବସ୍ଥିତ ପୈତୃକ ଘର, ପଟିଆରେ ଥିବା ତାଙ୍କ ଶ୍ୱଶୁରଙ୍କ ଘର, ପ୍ଲଟ୍ ନମ୍ବର ୫୪୯/୩୧୭୭/୩୩୬୮ଡୁମଡୁମା, ଭୁବନେଶ୍ୱର, ଜାଗମରାରେ ୬୧୭ ନଂ ପ୍ଲଟ୍ ସ୍ଥିତ ମେସର୍ସ ଏଏସଏନ୍ ଇନଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍ ଲିମିଟେଡ ଇତ୍ୟାଦି ।
Comments are closed, but trackbacks and pingbacks are open.