ସମସ୍ତ ଭୂମିହୀନଙ୍କ ପାଇଁ ବଣ୍ଟାଯିବ ୪ ଡିସିମିଲ ଲେଖାଏଁ ଜାଗାର ପଟ୍ଟା: ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

160

ଭୁବନେଶ୍ଵର: ରାଜ୍ୟର ସମସ୍ତ ଭୂମିହୀନଙ୍କୁ ୪ ଡିସିମିଲ ଲେଖାଏଁ ଜାଗାର ପଟ୍ଟା ବଣ୍ଟନ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ପାଟଣାଗଡ ହରିଶଙ୍କର ସମ୍ମିଳନୀ ସଦନରେ ପାଟଣାଗଡ ନିର୍ବାଚନ ମଣ୍ଡଳୀ ଓ ବ୍ଲକର ୨୭୩ ଜଣଙ୍କୁ ପଟ୍ଟା ବଣ୍ଟନ ପାଇଁ ଚିହ୍ନଟ କରାଯାଇ ୭୦ ଜଣଙ୍କୁ ପଟ୍ଟା ବଣ୍ଟନ କରାଯାଇଛି। ଅବଶିଷ୍ଟ ୨୦୩ ଜଣଙ୍କୁ ପରେ ବଣ୍ଟନ କରାଯିବ। ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ବେଳେ ଭୂମିହୀନଙ୍କୁ ଖୁବ୍ଶୀଘ୍ର ପଟ୍ଟା ଦିଆଯାଉ ବୋଲି ସେ କହିଛନ୍ତି। ପଟ୍ଟା ପାଇଥିବା ବ୍ୟକ୍ତିମାନେ ଖୁସିବ୍ୟକ୍ତ କରି କହିଛନ୍ତି, ଆଗାମୀ ଦିନରେ ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକରୀ ରୂପେ ସାମିଲ ହୋଇପାରିବେ।

Comments are closed, but trackbacks and pingbacks are open.