କାର୍ଯ୍ୟକାଳ ସମୟରେ ପଞ୍ଚାୟତ ପ୍ରତିନିଧିଙ୍କ ମୃତ୍ୟୁ ଘଟିଲେ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

222

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା। କାର୍ଯ୍ୟ ଅବଧି ସମୟରେପଞ୍ଚାୟତ ପ୍ରତିନିଧିଙ୍କର ମୃତ୍ୟୁ ହେଲେ ମିଳିବ ୨ ଲକ୍ଷ ଟଙ୍କା। ଏହାସହ ଅକ୍ଷମ ହେଲେ ମଧ୍ୟ ଅନୁକମ୍ପା ରାଶି ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ୱାର୍ଡ ମେମ୍ବରଙ୍କଠୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭାପତି ପର୍ଯ୍ୟନ୍ତ ଏହା ଅନ୍ତର୍ଭୁକ୍ତ। ଏହି ପ୍ରତିନିଧି ମାନଙ୍କର କୌଣସି କାରଣରୁ ମୃତ୍ୟୁ ଘଟିଲେ ନିକଟ ସମ୍ପର୍କୀୟଙ୍କୁ ମିଳିବ ୨ ଲକ୍ଷ ଟଙ୍କା। ଉଭୟ ହାତ, ଗୋଡ, ଆଖି ନଷ୍ଟ ହେଲେ ବି ୨ ଲକ୍ଷ ଅନୁକମ୍ପା ରାଶି ମିଳିବ। ଗୋଟିଏ ହାତ କିମ୍ବା ଗୋଡ଼ ନଷ୍ଟ ହେଲେ ୧ ଲକ୍ଷ ଟଙ୍କାର ସହାୟତା ମିଳିବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ସୂଚନା ଜାରି ହୋଇଛି।

Comments are closed, but trackbacks and pingbacks are open.