ବାଲେଶ୍ୱର : ଫକୀରମୋହନ କଲେଜ ଅଘଟଣ I ୩ ଦିନ ପରେ ଗିରଫ ହେଲେ ନିଲମ୍ବିତ କଲେଜ ଅଧ୍ୟକ୍ଷ I ଗିରଫ ଅଧ୍ୟକ୍ଷ ହେଲେ ଦିଲ୍ଲୀପ ଘୋଷ । ତାଙ୍କୁ ଗିରଫ କରିଛି ସହଦେବଖୁଣ୍ଟା ପୋଲିସ । ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଗଠିତ ହୋଇଥିବା ଉଚ୍ଚସ୍ତରୀୟ କମିଟିର ଅନ୍ତରୀଣ ରିପୋର୍ଟ ଆଧାରରେ ନିଲମ୍ବିତ ଅଧ୍ୟକ୍ଷ ଦିଲୀପ କୁମାର ଘୋଷଙ୍କୁ ଗିରଫ କରାଯାଇଛି। ଦିଲ୍ଲୀପ ଘୋଷଙ୍କୁ ଗିରଫ କରିବା ପାଇଁ ଦାବି କରି ଆସୁଥିଲେ ପୀଡିତା ଛାତ୍ରୀଙ୍କ ପରିବାର ।
ରବିବାର ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଯାଇ ପ୍ରାଥମିକ ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟ ଆଧାରରେ ସୋମବାର ନିଲମ୍ବିତ କଲେଜ ଅଧ୍ୟକ୍ଷ ଦିଲୀପ କୁମାର ଘୋଷଙ୍କୁ ଗିରଫ କରାଯାଇଛି।
ଅନ୍ୟପଟେ କୁଳପତି କହିଛନ୍ତି ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଆନ୍ତା ତେବେ ଏପରି ଘଟଣା ଘଟିନଥାନ୍ତା ଗତବର୍ଷ ବି ସଂପୃକ୍ତ ଅଧ୍ୟାପକଙ୍କ ନାଁରେ ଏମିତି କିଛି ଅଭିଯୋଗ ଆସିଥିଲା ବୋଲି କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି । ଯଦି ଏହା ସତ୍ୟ ହୋଇଥାଏ ତେବେ ସାଂଘାତିକ । କାରଣ ବର୍ଷେ ଭିତରେ ସେହି ଅଧ୍ୟାପକଙ୍କ ନାଁରେ ଦ୍ବିତୀୟ ଥର ସମାନ ଅଭିଯୋଗ ଆସିଲା । ୬ ମାସ ଧରି ଅଭିଯୋଗ । ତାପରେ ଲିଖିତ ଅଭିଯୋଗ । ତେଣୁ ବୁଝାସୁଝା ପରିସ୍ଥିତିରେ ଆଉ ତାହା ନଥିଲା । ତୁରନ୍ତ ଆକ୍ସନ ନେବା ଦରକାର ଥିଲା ବୋଲି କୁଳପତି ସନ୍ତୋଷ ତ୍ରିପାଠୀ କହିଛନ୍ତି ।
Comments are closed, but trackbacks and pingbacks are open.