ଦୁର୍ଘଟଣାରେ ତିନି ଯୁବତୀଙ୍କର ମୃତ୍ୟୁ: ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା

337

ପୁରୀ: ପିପିଲି ତରାକାଜ ନିକଟରେ ଶନିବାର ଅପରାହ୍ନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ ଜଣ ଯୁବତୀଙ୍କ ପରିବାରବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ସମ୍ପୃକ୍ତ ୩ ଯୁବତୀ ଭୁବନେଶ୍ୱର ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀ ରିମଝିମ ପ୍ରିୟଦର୍ଶିନୀ ସାହୁ, ଏଲିନା ଦାସ ଓ କାଜଲ ଦାସ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସହାୟତା ରାଶି ପ୍ରଦାନ କରାଯିବ।ସୂଚନା ଅନୁଯାୟୀ, ସମ୍ପୃକ୍ତ ୩ ଜଣ ଗୋଟିଏ ସ୍କୁଟିରେ ପୁରୀ ଅଭିମୁଖେ ଯାଉଥିବା ବେଳେ ପିପିଲି ତରାକାଜ ନିକଟରେ ଅନ୍ୟ ଏକ ସ୍କୁଟି ଚାଳକ ସାଇଡ ମାରିଥିଲା ଫଳରେ ଭାରସାମ୍ୟ ହରାଇ ସ୍କୁଟିରେ ଯାଉଥିବା ୩ ଜଣ ଯାକ ଯୁବତୀ ଆଗରେ ଯାଉଥିବା ଓଏସଆରଟିସି ବସ ପଛ ଛକ ତଳେ ପଡ଼ିଯାଇଥିଲେ ଓ ବସ ସେମାନଙ୍କ ଉପରେ ଚଢିଯାଇଥିଲା। ଘଟଣାସ୍ଥଳରେ ୩ ଜଣ ଯୁବତୀଙ୍କ ମୃତ୍ୟୁ ଘଟିଥିଲା।

Comments are closed, but trackbacks and pingbacks are open.