କ୍ରୁଜ ଉପରେ ଏନସିବିର କଡା ନଜର

23

ମୁମ୍ବାଇ ରାତି ଅଧ ରେ ମଝି ଦରିଆ ଭିତରେ ଚାଲିଥିବା ରେଭ୍ ପାର୍ଟି ଉପରେ ଚଢାଉ କରି ଆର୍ଯ୍ୟନ ଖାଁ ,ସହିତ ଆଉ ୭ ଜଣ ଙ୍କୁ ଗିରଫ କରିଥିଲା ଏନସିବି I ବର୍ତ୍ତମାନ ଏହି ମାମାଲାରେ ଆଉ ପାଦେ ଆଗକୁ ଯାଇଛି ଏନସିବି । ଆଜି ପୁଣିଥରେ ସେହି କ୍ରୁଜ ଉପରେ ଏନସିବି ପକ୍ଷରୁ ଚଢାଉ କରାଯାଇଛି ପ୍ରଥମ ଦଫାରେ ସେଠାରୁ ଷ୍ଟାର କିଡ଼ ଙ୍କ ସହ କିଛି ଡ୍ରଗ୍ସ ଜବତ କରିଥିଲା ଏନସିବି I ଆଜିର ଚଢାଉରେ ଏନସିବିକୁ ପୁଣି କିଛି ଡ୍ରଗ୍ସ ମିଳିଥିବା ବେଳେ ଆଉ ୬ ଜଣଙ୍କୁ ଏନସିବି ପକ୍ଷରୁ ଗିରଫ କରାଯାଇଛି । ଆଜି କ୍ରୁଜ ସିପର ଉପର ତାଲା ଓ ଡେକ ଉପରେ ଚଢାଉ କରି ବହୁଳ ମାତ୍ରାରେ ଡ୍ରଗ୍ସ ଜବତ କରାଯାଇଛି ।
ସୂଚନା ଅନୁସାରେ ଗୋଆ ଯାଉଥିବା କାର୍ଡିଲିଆ କ୍ରୁଜ ଜାହାଜ ଟି ରେ ନିଶା କାରବାର ହେଉଥିବା ନେଇ ଖବର ଏନସିବିକୁ ମିଳିଥିଲା Iସୋମବାର ସୂଚନା ମିଳିଥିଲା କି ଜାହଜଟି ଏବେ ସହର ନିକଟକୁ ଆସିଛି । ଏହାପରେ ଏନସିବି ଅଧିକାରୀଙ୍କ ପକ୍ଷରୁ ଟର୍ମିନାଲରେ ପହଂଚି ପୁଣିଥରେ ଜାହାଜକୁ ତଲାସ କରିଥିଲା ।
ଅନ୍ୟପଟେ କ୍ରୁଜ କମ୍ପାନୀ ତରଫରୁ ରବିବାର ଦିନ କୁହାଯାଇଛି କି. ଏହି ଘଟଣାରେ ତାଙ୍କର କୌଣସି ସଂପୃକ୍ତି ନାହିଁ । କ୍ରୁଜକୁ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀସ୍ଥିତ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଭଡା ସୂତ୍ରରେ ନେଇଥିଲା । ସେଠାରେ କଣ ଘଟିଲା ତାହା ପାଇଁ କମ୍ପାନୀ ଉତ୍ତରଦାୟୀ ନୁହେଁ ।
ଏନସିବିର ଜଣେ ଅଧିକାରୀ କହିଛନ୍ତି କି କ୍ରୁଜରୁ ବହୁ ପରିମାଣର ଡ୍ରଗ୍ସ ଜବତ ହୋଇଛି। ଏହାର ମୂଲ୍ୟ କୋଟି କୋଟି ଟଙ୍କା ବୋଲି କୁହାଯାଇଛି। ଜବତ ହୋଇଥିବା ଡ୍ରଗ୍ସ ଏମଡି କୋକ ଓ ହଶିଶ। ଏହି ମାମଲାରେ ଗିରଫ ହୋଇଥିବା ଆରୟନ ଖାନଙ୍କ ସହ ଅନ୍ୟ ୭ ଜଣଙ୍କର ପରିଚୟ ମିଳିଛି । ସେମାନେ ହେଲେ ମୁନମୁନ ଧମେଚା, ଅରବାଜ ମଚେଣ୍ଠ, ନୁପୁର ସାରିକା, ହସମିତ୍ ସିଂ, ମୋହକ ଜସୱାଲ,ବିକ୍ରାନ୍ତ ଛୋକର ଓ ଗୋମିତ ଚୋପଡା । ଅନ୍ୟପଟେ ଆରୟନ ଖାନ, ଧମେଚା ଓ ମଚେଣ୍ଟଙ୍କୁ ରବିବାର ଦିନ ଏକ ମେଟ୍ରୋପଲିଟନ କୋର୍ଟରେ ହାଜର କରାଯାଇଥିଲା । ସେମାନଙ୍କୁ କୋର୍ଟଙ୍କ ଅନୁମତି କ୍ରମେ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଏନସିବି ରିମାଣ୍ଡରେ ନେଇଛି ।ଏନସିବି ମୁଖ୍ୟ ଏସଏନ ପ୍ରଧାନ କହିଛନ୍ତି ଯେ ଦୁଇ ସପ୍ତାହ ଯାଞ୍ଚ ପରେ ଚଢ଼ଉ କରାଯାଇଛି। ଏଥିରେ ବଲିଉଡର ଅନେକ ସେଲିବ୍ରିଟିଙ୍କ ଲିଙ୍କ ସାମ୍ନାକୁ ଆସିଛି। 

Leave A Reply

Your email address will not be published.