ଆକ୍ରମଣ ପୂର୍ବରୁ ପାକ୍‌ ଗୁଇନ୍ଦା ଅଧିକାରୀଙ୍କ ସହ ଗୁପ୍ତ ବୈଠକ କରିଥିଲେ ଜ୍ୟୋତି

295

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁପ୍ତଚରଗିରି କରିବା ଅଭିଯୋଗରେ ଜ୍ୟୋତି ମାଲହୋତ୍ରାଙ୍କୁ ଗତକାଲି ଗିରଫ କରାଯାଇଛି। ଆଜି ଏ ବାବଦ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ହିସାର ଏସ୍‌ପି ଶଶାଙ୍କ କୁମାର ସାୱନ କହିଛନ୍ତି, ପାକ୍‌ ଗୁଇନ୍ଦା ସଂସ୍ଥା ଦ୍ବାରା କିଛି ଭାରତୀୟ ୟୁଟ୍ୟୁବର୍‌ଙ୍କୁ ନିଯୁକ୍ତି ଦେବାକୁ ଚେଷ୍ଟା କରାଯାଉଥିଲା ଏବଂ ଜ୍ୟୋତି ଏହି ଯୋଜନାର ଏକ ଅଂଶ ଥିଲେ। କେନ୍ଦ୍ରୀୟ ଏଜେନ୍ସିମାନଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଥିବା ସେକହିଛନ୍ତି। ଜ୍ୟୋତି ଲଗାତାର ପାକିସ୍ତାନୀ ଏଜେଣ୍ଟଙ୍କ ସହ ସଂପର୍କରେ ଥିଲେ। ସେ ଅନେକ ଥର ପାକିସ୍ତାନ ଏବଂ ଥରେ ଚୀନ୍‌ ଯାଇଛନ୍ତି। ଜ୍ୟୋତିଙ୍କୁ ଏବେ ୫ ଦିନିଆ ପୁଲିସ ରିମାଣ୍ଡରେ ନିଆଯାଇଥିବା ବେଳେ ପଚରାଉଚରା ଜାରି ରହିଛି । ଜ୍ୟୋତି ମାଲହୋତ୍ରାଙ୍କୁ ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଆୟୁଧ  ଭାବରେ ବ୍ୟବହାର  କରୁଥିଲା । ଭାରତରୁ ଗୁପ୍ତ ତଥ୍ୟ ହାସଲ ସମେତ ଭାରତ ବିରୋଧୀ ଏଜେଣ୍ଡାରେ ତାଙ୍କୁ ନିୟୋଜିତ କରିବାକୁ ଯୋଜନା ହୋଇଥିବା ଜଣାପଡ଼ିବା ପରେ ଏବେ ଖୋଳତାଡ଼ ବ୍ୟାପକ ହୋଇଛି ।

Comments are closed, but trackbacks and pingbacks are open.