ବିଲରେ କାମ କରୁଥିବା ସମୟରେ ବଜ୍ରପାତ: ଜେଜେମା, ନାତୁଣୀଙ୍କ ସହ ୩ ମୃତ

127

ଭୁବନେଶ୍ବର: କୋରାପୁଟ ଜିଲା ଓଡ଼ିଆପେଣ୍ଠ ପଞ୍ଚାୟତ ପର୍ଡିଗୁଡ଼ା ଗାଁରେ ଶୁକ୍ରବାର ଅପରାହ୍ନରେ ଏକ ଦୁଖଃଦ ଘଟଣା ଘଟିଛି। ବିଲରେ କାମ କରୁଥିବା ବେଳେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଘଟି ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଜେଜେମା, ନାତୁଣୀ ଥିବା ବେଳେ ଅନ୍ୟଜଣେ ମହିଳା ରହିଛନ୍ତି। ମିଳିଥିବା ସୂଚନା ମୁତାବକ, ବିଲରେ ଏକାଧିକ ଲୋକ କାମ କରୁଥିଲେ। ହଠାତ୍‌ କାଳବୈଶାଖୀ ପ୍ରଭାବରେ ଘଡଘଡି ସହ ବର୍ଷା ହୋଇ ବଜ୍ରପାତ ଘଟିଥିଲା। ଫଳରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏକାଧିକ ବ୍ୟକ୍ତି ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଗାଁରେ ଶୋକର ଛାୟା ଖେଳିଯାଇଛି।

Comments are closed, but trackbacks and pingbacks are open.