ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସର୍ବଭାରତୀୟ ଫୁଟବଲ୍ ମହାସଂଘ (AIFF) ପୁରସ୍କାର ବିତରଣ ଉତ୍ସବ-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଫୁଟବଲ ଖେଳର ବିଭିନ୍ନ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳି ଓ ଦଳମାନଙ୍କୁ ମାନନୀୟ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ, ସମ୍ବଲପୁର ବିଧାୟକ ତଥା ଆମ ଦଳର ବରିଷ୍ଠ ନେତା ଶ୍ରୀ ଜୟ ନାରାୟଣ ମିଶ୍ର ଏବଂ ଓଡ଼ିଶା ଫୁଟବଲ୍ ସଂଘର ସଭାପତି ତଥା ଝାରସୁଗୁଡ଼ା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀଙ୍କ ଉପସ୍ଥିତିରେ ପୁରସ୍କାର ପ୍ରଦାନ କରାଯାଇଛି । ସମସ୍ତ ଖେଳାଳିଙ୍କ ସଫଳତା ଓ ଉଜ୍ଜଳ ଭବିଷ୍ୟତ କାମନା କରୁଅଛି ।
Comments are closed, but trackbacks and pingbacks are open.