ସାମ୍ବାଦିକ, ହକରଙ୍କୁ ମିଳିବ ନିର୍ମାଣ ଶ୍ରମିକ କାର୍ଡ଼ – ଶ୍ରମମନ୍ତ୍ରୀ

97

ଭୁବନେଶ୍ୱର: ସାମ୍ବାଦିକମାନଙ୍କୁ ମିଳିବ ନିର୍ମାଣ ଶ୍ରମିକ କାର୍ଡ଼ । ଏହି କାର୍ଡ଼ ପାଇବା ପାଇଁ ସାମ୍ବାଦିକ ଓ ଖବର କାଗଜ ବାଣ୍ଟୁଥିବା ହକର୍ ମାନେ ମଧ୍ୟ ଆବେଦନ କରି ପାରିବେ ବୋଲି ଜଙ୍ଗଲ ପରିବେଶ ଓ ଶ୍ରମ ବିଭାଗ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି । ନିର୍ମାଣ ଶ୍ରମିକଙ୍କ ସହ ଏଥିରେ ଶହେଟି ବୃତ୍ତିର ବ୍ୟକ୍ତିମାନଙ୍କୁ ସାମିଲ୍ କରାଯାଉଥିବା ବେଳେ ସାମ୍ବାଦିକ ଓ ସମ୍ବାଦପତ୍ର ହକର୍ ମାନେ ଶ୍ରମ ବିଭାଗରୁ ଏହି କାର୍ଡ଼ କରାଇ ସରକାରଙ୍କ ଯୋଜନାର ଲାଭ ଉଠାଇବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । କେନ୍ଦୁଝରରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହା କହିଛନ୍ତି ମନ୍ତ୍ରୀ । ଏହି କାର୍ଡଧାରୀମାନଙ୍କ ସାଧାରଣ ମୃତ୍ୟୁରେ ୩ ଲକ୍ଷ ଓ ଦୁର୍ଘଟଣାରେ ମୃତ୍ୟୁ ଘଟିଲେ ପରିବାରକୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ |

Comments are closed, but trackbacks and pingbacks are open.