ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବାଦୀୟ ବିବୃତ୍ତି

96

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପଡୋଶୀ ଦେଶ ପାକିସ୍ତାନର ପ୍ରତିକ୍ରିୟା ପ୍ରକାଶ ପାଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି ଯେ, ଏହି ଆକ୍ରମଣ ସହିତ ଆମର କୌଣସି ସମ୍ପର୍କ ନାହିଁ। ଆମେ ସମସ୍ତ ପ୍ରକାର ଆତଙ୍କବାଦକୁ ପ୍ରତ୍ୟାଖ୍ୟାନ କରୁଛୁ। ପାକିସ୍ତାନୀ ଟିଭି ନ୍ୟୁଜ୍ ଚ୍ୟାନେଲକୁ ଏକ ବିବୃତ୍ତି ଦେବାବେଳେ ଖ୍ୱାଜା ଆସିଫ ଅଭିଯୋଗ କରିଛନ୍ତି ଯେ, ଏହି ଆକ୍ରମଣ ପଛରେ ଭାରତର ଲୋକ ଅଛନ୍ତି। ସେଠାକାର ଲୋକମାନେ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିଛନ୍ତି। ସେଠାରେ ନାଗାଲାଣ୍ଡ ଠାରୁ ମଣିପୁର ଏବଂ କାଶ୍ମୀର ପର୍ଯ୍ୟନ୍ତ ଲୋକମାନେ ସରକାରଙ୍କ ବିରୋଧରେ ଅଛନ୍ତି। ଭାରତ ସରକାର ଲୋକଙ୍କ ଅଧିକାରକୁ ହତ୍ୟା କରୁଛନ୍ତି। ସେମାନଙ୍କୁ ଶୋଷଣ କରାଯାଉଛି। ଲୋକମାନେ ଏହା ବିରୁଦ୍ଧରେ ଠିଆ ହୋଇଛନ୍ତି। ଏହି ଘଟଣା ସହିତ ଆମର କୌଣସି ସମ୍ପର୍କ ନାହିଁ। ମୁଁ ଏଭଳି ଆକ୍ରମଣକୁ ନିନ୍ଦା କରୁଛି। ବିଶେଷ କରି ସାଧାରଣ ନାଗରିକଙ୍କ ଉପରେ ଏପରି ଆକ୍ରମଣ ହେବା ଉଚିତ୍ ନୁହେଁ।

Comments are closed, but trackbacks and pingbacks are open.