ଆସନ୍ତା କାଲିଠାରୁ କେନ୍ଦ୍ର ଲାଗୁ କରିବ ଆର୍ଥିକ କାରବାର ସମ୍ପର୍କିତ ୫ ଟି ନୂଆ ନିୟମ

29

ଆସନ୍ତାକାଲିଠାରୁ ଦେଶରେ ପାଞ୍ଚଟି ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଏହି ନୂତନ ନିୟମର କାର୍ଯ୍ୟକାରୀତା ସହିତ ଆର୍ଥିକ, ବ୍ୟାଙ୍କିଙ୍ଗ୍ ଏବଂ ଷ୍ଟକ୍ ବଜାର ସହିତ ଜଡିତ ହେବା ସହିତ କାର୍ଯ୍ୟ କରିବାର ପଦ୍ଧତି ମଧ୍ୟ ବଦଳିଯିବ । ଏହା ମଧ୍ୟରେ ରହିଛି :

ପେନସନ ପାଇଁ ଜୀବନ ପ୍ରମାଣପତ୍ର
ନଭେମ୍ବର ୩୦ ତାରିଖ ମଧ୍ୟରେ ୮୦ବର୍ଷରୁ ଅଧିକ ପେନସନ ଭୋଗୀ ମାନେ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ସୁବିଧା ପାଇବେ । ଏହି ପ୍ରମାଣପତ୍ର ପେନସନ ଭୋଗୀ ରହୁଥିବା ଅଂଚଳ ର ଡାକ ଘରେ ଜମା କରିବାକୁ ପଡିବ । ଜୀବନ ପ୍ରମାଣପତ୍ର ହେଉଛି ପେନସନ ଭୋଗୀ ଜୀବିତ ଥିବା ପ୍ରମାଣ । ପେନସନ ଉଠାଉଥିବା ପ୍ରତିଷ୍ଠାନ ରେ ଏହାକୁ ଜମା କରିବାକୁ ପଡିବ I

ଅଟୋ ଡେବିଟ୍ ପାଇଁ ଗ୍ରାହକଙ୍କ ଅନୁମୋଦନ ଜରୁରୀ
ଡେବିଟ୍/କ୍ରେଡିଟ୍ କାର୍ଡ ମାଧ୍ୟମରେ ଅଟୋ ଡେବିଟ୍ ପହିଲାରୁ ନୂତନ ନିୟମ ଲାଗୁ ହେବ । ଆରବିଆଇ ନିର୍ଦ୍ଦେଶ ଅନୁଯାୟୀ, ଆସନ୍ତାକାଲିଠୁ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଆର୍ଥିକ ପ୍ରତିଷ୍ଠାନଗୁଡିକ ଡେବିଟ୍/କ୍ରେଡିଟ୍ କାର୍ଡ କିମ୍ବା ମୋବାଇଲ୍ ୱାଲେଟରେ ୫୦୦୦ଟଙ୍କାରୁ ଅଧିକ ଅର୍ଥ ଅଟୋ ଡେବିଟ୍ ଭାବେ କାଟିବା ପାଇଁ ଗ୍ରାହକଙ୍କଠାରୁ ଅନୁମତି ଆଣିବାକୁ ବାଧ୍ୟ ହେବେ । ଏହା ଅଧୀନରେ ଗ୍ରାହକ ତାଙ୍କ ଅନୁମୋଦନ ନଦେଲେ ଡେବିଟ୍/କ୍ରେଡିଟ୍ କାର୍ଡ କିମ୍ବା ମୋବାଇଲ୍ ୱାଲେଟରୁ ଟଙ୍କା କଟିବ ନାହିଁ । ଅନୁମୋଦନ ପାଇଁ ବ୍ୟାଙ୍କ କିମ୍ବା ଆର୍ଥିକ ପ୍ରତିଷ୍ଠାନଗୁଡିକୁ ୨୪ଘଣ୍ଟା ପୂର୍ବରୁ ଗ୍ରାହକଙ୍କୁ ଅଟୋ ଡେବିଟ୍ ସମ୍ପର୍କିତ ମେସେଜ୍ ପଠାଇବାକୁ ପଡିବ । ଯଦି ଅଟୋ ଡେବିଟ୍ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରୁ କରାଯାଇଥାଏ, ତେବେ ନୂତନ ନିୟମରେ କୌଣସି ପ୍ରଭାବ ପଡିବନାହିଁ ।

ତିନୋଟି ବ୍ୟାଙ୍କର ଚେକବୁକ୍ ବନ୍ଦ ହେବ
ତିନୋଟି ବ୍ୟାଙ୍କ ର ମିଶ୍ରଣ ହୋଇଥିବାରୁ ସେହି ବ୍ୟାଙ୍କ ଗୁଡିକର ନିଜସ୍ୱ ପୁରୁଣା ଚେକବୁକ୍ , ଏମଆଇସିଆର୍ ଏବଂ ଆଇଏଫଏସ ଆଉ ଚାଲିବନାହିଁ I ଏହିବ୍ୟାଙ୍କ ଗୁଡିକ ହେଉଛନ୍ତି ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ, ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଆହ୍ଲାବାଦ ବ୍ୟାଙ୍କ ଆହ୍ଲାବାଦ ବ୍ୟାଙ୍କକୁ ୨୦୨୦ ଏପ୍ରିଲ୍ ପହିଲାଠାରୁ ଇଣ୍ଡିଆନ୍ ବ୍ୟାଙ୍କ ସହିତ ମିଶ୍ରଣ ହୋଇଛି । ଓରିଏଣ୍ଟାଲ୍ ବ୍ୟାଙ୍କ ଅଫି କମର୍ସ ଏବଂ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ମିଶିଛି । ଏହି ତିନୋଟି ବ୍ୟାଙ୍କର ଗ୍ରାହକଙ୍କୁ ନୂଆ ଚେକ୍ ନେବାର ଆଜି ହେଉଛି ଶେଷ ତାରିଖ ।

ଦରମାର ୧୦% ନିବେଶ ଆବଶ୍ୟକ
ସମ୍ପତ୍ତି ପରିଚାଳନାକାରୀ କମ୍ପାନୀଗୁଡିକରେ କାର୍ଯ୍ୟ କରୁଥିବା ଜୁନିଅର କର୍ମଚାରୀମାନଙ୍କୁ ସେମାନଙ୍କ ମୋଟ ବେତନର ୧୦ପ୍ରତିଶତ ମ୍ୟୁଚୁଆଲ୍ ଫଣ୍ଡ ୟୁନିଟରେ ବିନିଯୋଗ କରିବାକୁ ପଡିବ । ଭାରତୀୟ ପ୍ରତିଭୂତ୍ତି ବିନିମୟ ବୋର୍ଡର ଏଗି ନୂତନ ନିୟମ ଆସନ୍ତାକାଲିଠୁ କାର୍ଯ୍ୟକାରୀ ହେବ । ଏକ ଡିମାଟ୍ ଏବଂ ଟ୍ରେଡିଂ ଆକାଉଣ୍ଟ ଖୋଲିବାକୁ ହେଲେ ନିବେଶକଙ୍କୁ ବର୍ତ୍ତମାନ ଅକ୍ଟୋବର ୧ରୁ ନାମାଙ୍କନ ସୂଚନା ପ୍ରଦାନ କରିବାକୁ ପଡିବ । ଯଦି କେହି ଏହି ସୂଚନା ଦେବାକୁ ଚାହୁଁନାହାଁନ୍ତି, ତେବେ ତାଙ୍କୁ ଘୋଷଣାନାମା ଫର୍ମପୂରଣ କରି ଏ ବିଷୟରେ କହିବାକୁ ପଡିବ । ସେବି କେୱାଇସି ସମ୍ବନ୍ଧୀୟ ସୂଚନା ଅପଡେଟ୍ କରିବାକୁ ଡିମାଟ୍ ଏବଂ ଟ୍ରେଡିଂ ଆକାଉଣ୍ଟ ଧାରକମାନଙ୍କୁ ଆଜି ଯାଏଁ ସମୟ ଦେଇଛନ୍ତି । ଯଦି ଅପଡେଟ୍ ନ ହୁଏ, ତେବେ ଆକାଉଣ୍ଟ କାଲିଠୁ ନିଷ୍କ୍ରିୟ ହୋଇଯିବ ଏବଂ ଆକାଉଣ୍ଟଧାରୀ ଷ୍ଟକ୍ ମାର୍କେଟରେ କାରବାର କରିବାକୁ ସମର୍ଥ ହେବେ ନାହିଁ ।

ଘରୋଇ ମଦ ଦୋକାନ ଖୋଲିବ ନାହିଁ
କେନ୍ଦ୍ର ଶାସିତ ଅଞ୍ଚଳର ଅବକାରୀ ନୀତି ଅନୁଯାୟୀ ଏହି ନୂତନ ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି । ଆସନ୍ତାକାଲିଠୁ ୧୬ନଭେମ୍ବର ପର୍ଯ୍ୟନ୍ତ ଦିଲ୍ଲୀରେ ଘରୋଇ ମଦ ଦୋକାନ ଖୋଲିବ ନାହିଁ ଏହି ସମୟ ମଧ୍ୟରେ କେବଳ ସରକାରୀ ମଦ ଦୋକାନ ଖୋଲା ରହିବ । ନଭେମ୍ବର ୧୭ତାରିଖ ପରଠୁ ଘରୋଇ ମଦ ଦୋକାନଗୁଡିକ ଖୋଲିବ I

Leave A Reply

Your email address will not be published.