ରାଜ୍ୟରେ କରୋନା ସଂକ୍ରମିତ ଙ୍କ ତୁଳନା ରେ ସୁସ୍ଥ ହେଲେ ୬୩୪

26

ରାଜ୍ୟରେ କିଛି ଦିନ ହେବ ଦୈନିକ ସଂକ୍ରମଣ ଉପର ତଳ ହେଉଛି ଇ ବର୍ତ୍ତମାନ ଏହି ସଂକ୍ରମଣ ୫ ଶହ ରୁ ୬ ଶହ ମଧ୍ୟରେ ରହୁଛି ୱି ତେବେ କିଛିଦିନ ପୂର୍ବରୁ ଏହି ସଂଖ୍ୟା କମିଯାଇ ୪ଶହ ରେ ପହଞ୍ଚିଥିଲା । ପ୍ରାୟ ସମୟରେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ ସଂକ୍ରମଣ ଚିହ୍ନଟ ହେଉଥିବା ଜଣାପଡ଼ିଛି । ଜିଲ୍ଲାର ୯୦ ପ୍ରତିଶତ ସଂକ୍ରମଣ ରାଜଧାନୀରୁ ଭୁବନେଶ୍ୱରରୁ ମିଳୁଛି । ରାଜଧାନୀରେ ବ୍ୟାପକ ଟିକାକରଣ, ସଚେତନତା, ଚଢ଼ଉ ପରେ ବି ସଂକ୍ରମଣ କମୁନାହିଁ । ତେବେ ଲୋକମାନେ ଅନ୍ୟ ଜିଲ୍ଲାରୁ ଭୁବନେଶ୍ୱରକୁ ଆସୁଥିବାରୁ ସଂକ୍ରମଣ ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ମତ ଦେଉଛନ୍ତି ।ଆଜି ୫୪୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୧୯ ଓ ସ୍ଥାନୀୟ ଅଞ୍ଚଳରୁ ୨୨୬ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୭୪ଜଣ ୧୮ ବର୍ଷରୁ କମ୍ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୫ ହଜାର ୩୦୯ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୧୧ ହଜାର ୪୮୨ ରହିଥିବା ବେଳେ ୫ ହଜାର ୫୮୭ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହି ଅନୁପାତ ରେ ଆକ୍ରାନ୍ତ ଙ୍କ ମଧ୍ୟରୁ ଅଧିକାଂଶ ସୁସ୍ଥ ହେବା ନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ I କରୋନା ଭାଇରସରୁ ୬୩୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୯ ଜଣ ଅଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୨ ହଜାର ୧୧୬ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ୭୩ ଜଣ କରୋନା ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ଭଦ୍ରକରୁ ୩୧, ବାଲେଶ୍ୱରରୁ ୩୦, ଜଗତସିଂହପୁରରୁ ୨୮, ଯାଜପୁରରୁ ୨୭, ପୁରୀରୁ ୧୯, ମୟୂରଭଂଜରୁ ୧୪, ଅନୁଗୁଳରୁ ୧୩, ସମ୍ବଲପୁରରୁ ୧୨ ଓ କେନ୍ଦ୍ରାପଡ଼ାରୁ ୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।ସେହିପରି ଢେଙ୍କାନାଳ ଜିଲ୍ଲାରୁ ୮, ସୁନ୍ଦରଗଡ଼ରୁ ୬, ଝାରସୁଗୁଡ଼ାରୁ ୫, କୋରାପୁଟରୁ ୪, ବରଗଡ଼, ଗଜପତି, ଗଂଜାମ, ନୟାଗଡ଼ରୁ ୩ ଜଣ ଲେଖାଏଁ, କନ୍ଧମାଳ, କେନ୍ଦୁଝର, ରାୟଗଡ଼ାରୁ ୨-୨ ଜଣ, ବଲାଙ୍ଗୀର, ଦେବଗଡ଼, କଳାହାଣ୍ଡି, ମାଲକାନଗିରି, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.