ଫାଇଜରକୁ ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର କରିବ ଆମେରିକା

26

ଲୋକଙ୍କୁ କରୋନା ବିରୋଧରେ ବୁଷ୍ଟର ଡୋଜ୍‌ ନେବାକୁ ଅନୁମତି ଦେଇଛି ଆମେରିକା। ଫାଇଜର-ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକାକୁ ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର କରାଯିବ। ଆମେରିକାର ପ୍ରାୟ ୪୨% ଲୋକ ନେବେ ବୁଷ୍ଟର ଡୋଜ୍‌ । କେବଳ ବୟସ୍କ ଓ ସଂକ୍ରମଣର ଅଧିକ ଆଶଙ୍କା ଥିବା ଲୋକମାନଙ୍କୁ ହିଁ ଫାଇଜର ଟିକାର ବୁଷ୍ଟର ଡୋଜ୍‌ ନେଇ ପାରିବେ ବୋଲି ଆମେରିକା ସରକାର କହିଛନ୍ତି। ୬୫ ବର୍ଷରୁ ଅଧିକ ବୟସ୍କ, ବହୁ ବିଧି ରୋଗରେ ଥିବା ପ୍ରାପ୍ତ ବୟସ୍କ ଓ ସଂକ୍ରମଣ ଆଶଙ୍କା ଥିବା ବିଭାଗରେ କାମ କରୁଥିବା ଲୋକମାନେ ଫାଇଜର ଟିକାର ବୁଷ୍ଟର ଡୋଜ୍‌ ନେଇପାରିବେ ବୋଲି ସେ କହିଛନ୍ତି।
ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେସନର କାର୍ଯ୍ୟକାରୀ ମୁଖ୍ୟ ଜାନେଟ ଉଡକୁକ କହିଛନ୍ତି, ସପଂର୍ଣ୍ଣ ଭାବେ ବୈଜ୍ଞାନିକ ପଦ୍ଧତି ଓ ବିର୍ତ୍ତମାନ ଉପଲବ୍ଧ ଥିବା ତଥ୍ୟକୁ ଆଧାର କରି ଏଫଡିଏ ବୁଷ୍ଟର ଡୋଜ ପାଇଁ ଅନୁମତି ଦେଇଛି।

Leave A Reply

Your email address will not be published.