ଧରା ପଡିଲେ ଏଞ୍ଜେଲ ‘ପିହୁ’

27

କରୋନା କାଳରେ ଲକଡାଉନ ଯୋଗୁଁ ଲୋକେ ଘରେ ବନ୍ଦ ହୋଇ ରହିଲେ I ବାହାର ର କାମ କମିଯିବାରୁ ଘରେ ମିଳିଲା ପ୍ରଚୁର ସମୟ I ଏହି ସମୟ କୁ ଅତିବାହିତ କରିବା ପାଇଁ ଅନେକେ ନେଲେ ସୋସିଆଲ ମିଡ଼ିଆ ର ସାହାରା I ବନ୍ଧୁତ୍ତ୍ୱ ସ୍ଥାପନ ପାଇଁ ସୋସିଆଲ ମିଡ଼ିଆ ହେଉଛି ଉତ୍କୃଷ୍ଟ ମାଧ୍ୟମ I ହି ବନ୍ଧୁତ୍ୱ ମାଧ୍ୟମ ରେ ଭାବ ଦିଆନିଆ ରେ ସମୟ ଅତିବାହିତ ହେଇଥାଏ I କିଛିଜଣ ଏହା ଭିତରେ ସମ୍ପୂର୍ଣ୍ଣ ମଜ୍ଜିଯାଇ ସୋସିଆଲ ମିଡ଼ିଆ ଏଞ୍ଜେଲ ମାନଙ୍କ ଦ୍ୱାରା ଠକାମୀ ରେ ପଡି ହିନସ୍ଥା ହୋଇଥାନ୍ତି I
ସୂଚନା ଅନୁସାରେ ନିଜକୁ ପିହୁ ବୀମା କମ୍ପାନୀ ର ଜଣେ ଏଜେଣ୍ଟ ବୋଲି ପରିଚୟ ଦେଇ ସୋସିଆଲ ମିଡ଼ିଆ ଦ୍ୱାରା ସହିଦନଗର ଥାନା ଅନ୍ତର୍ଗତ ବାଁକୁଆଲ ଗ୍ରାମ ର ଜୟକୃଷ୍ଣ ଦାସ ମହାପାତ୍ର ଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲା I ସେ ସୋସିଆଲ ମିଡିଆରେ କଥା ହେବାବେଳେ ନିଜକୁ କଲେଜ ର ଜଣେ କର୍ମଚାରୀ ବୋଲି ପରିଚୟ ଦେଇ ଥିଲା I ଜୟକୃଷ୍ଣ ଙ୍କ ସହିତ ସମ୍ପର୍କ ନିବିଡ଼ ହେବାପରେ ଗତ ଅଗଷ୍ଟ ୧୫ ତାରିଖ ରେ ସେ ଜୟକୃଷ୍ଣ ଙ୍କ ଘରକୁ ଆସିଥିଲା I କଥା ହେଉ ହେଉ ସେ ଆଣିଥିବା ନିଶା ଦିଆଯାଇଥିବା ପ୍ରସାଦ କୁ ଜୟକୃଷ୍ଣଙ୍କୁ ଖାଇବାକୁ ଦେଇଥିଲା I ପ୍ରସାଦ ଖାଇ ଜୟକୃଷ୍ଣ ଅଚେତ ହୋଇ ପଡିବା ପରେ ମହିଳା ଜଣକ ତାଙ୍କ ଘରୁ ୧୦ଲକ୍ଷ ରୁ ଉର୍ଦ୍ଧ ମୂଲ୍ୟ ର ସୁନା ଅଳଙ୍କାର ,ନଗଦ ୨୭ ହଜାର ଟଙ୍କା ସହିତ ମୋବାଇଲ ,ପର୍ସ ,ଏଟିଏମ,କାର୍ଡ ଇତ୍ୟାଦି ଧରି ଚମ୍ପଟ ମାରିଥିଲା I ଏ ସମ୍ପର୍କ ରେ ଜୟକୃଷ୍ଣ ୧୨ ତାରିଖ ରେ ସହିଦ ନଗର ଥାନା ରେ ଅଭିଯୋଗ କରିଥିଲେ I କମିଶନରେଟ ପୋଲିସ ଅଭିଯୋଗ ଆଧାର ରେ ତଦନ୍ତ କରି ଉକ୍ତ ମହିଳାଙ୍କୁ ବୁଧୁବାର ଦିନ ପୁରୀ ବଳିଆପଣ୍ଡା ଅଂଚଳ ରୁ ଗିରଫ କରିଛି I ତାଙ୍କ ଘର ପଶ୍ଚିମବଙ୍ଗ ରେ ହୋଇଥିବା ବେଳେ ସେ ପୁରୀ ବଳିଆପଣ୍ଡା ଅଂଚଳରେ ରହି ଆସୁଥିଲେ I ପୂର୍ବରୁ ମଧ୍ୟ ମହିଳା ଜଣକ ନିଜକୁ ବିଭିନ୍ନ ପ୍ରକାର ପଦପଦବୀ ରେ ଥିବା ପରିଚୟ ଦେଇ ସୋସିଆଲ ମିଡ଼ିଆ ଦ୍ୱାରା ବନ୍ଧୁତା ସ୍ଥାପନ କରୁଥିଲା I ସମ୍ପର୍କ ନିବିଡ଼ ହେବାପରେ ସମୟ ସୁଯୋଗଦେଖି ତାଙ୍କ ଘରମାନଙ୍କୁ ଯାଇ କଳାକନା ବୁଲାଉଥିଲା I ପଶ୍ଚିମବଙ୍ଗ ରେ ତା ନାଁ ରେ ଏକାଧିକ ଏହିପରି ଅଭିଯୋଗ ରହିଛି ଏବଂ ସେ ବହୁତ ଥର ଗିରଫ ହୋଇ ଜାମିନ ରେ ମୁକୁଳିଛି I ପୋଲିସ କୁ ଦେଖି ମହିଳା ଜଣକ ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ତାକୁ କାବୁ କରିଛି I ତାଙ୍କ ସହିତ ଆଉ କିଏ କିଏ ଆସିଛନ୍ତି ତାହା ତଦନ୍ତ କରାଯିବ ବୋଲି ସହକାରୀ ଉପଯୁକ୍ତ ସଂଜୀବ ଶତପଥି କହିଛନ୍ତି I

(ଫୋଟୋ ସୌଜନ୍ୟ :ଇଣ୍ଟରନେଟ)

Leave A Reply

Your email address will not be published.