‘ଟିକା ମୈତ୍ରୀ’ କାର୍ଯ୍ୟକ୍ରମ ଜରିଆରେ ସମସ୍ତ ବିଶ୍ୱକୁ ଟୀକା ଯୋଗାଇବ ଭାରତ :ଧନ୍ୟବାଦ ଦେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

27

ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ କରୋନା ଟିକା ଯୋଗାଇ ଦେବା ପାଇଁ ଭାରତ ସରକାର ଅକ୍ଟୋବର ମାସରୁ ପୁଣିଥରେ ‘ଟିକା ମୈତ୍ରୀ’ କାର୍ଯ୍ୟକ୍ରମ ଆରମ୍ଭ କରିବେ। ବିଶ୍ୱର ବିଭିନ୍ନ ପ୍ରାନ୍ତ କୁ ଭାରତ କୋଭାକ୍ସ ଜରିଆରେ କରୋନା ଟିକା ଯୋଗାଇ ଦେବ I ଭାରତ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତା’ହା ଏବେ ପୂରଣ କରିବା କରିବା ର ସମୟ ସେ ଦିଗରେ ଭାରତର ପ୍ରୟାସ କରୁଛି Iତେବେ ସୋମବାର ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡଭୀୟ କହିଥିଲେ ଯେ ଭାରତବାସୀଙ୍କ ଚାହିଦା ପୂରଣ ହେବା ପରେ ଅତିରିକ୍ତ ଟିକାକୁ ହିଁ ଅନ୍ୟତ୍ର ପଠାଯିବ।

ଭାରତ ପୁଣି କୋଭାକ୍ସକୁ ଟିକା ରପ୍ତାନୀ କରିବାକୁ ଘୋଷଣା କରିଥିବାରୁ ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଅଧନୋମ ଘେବ୍ରିୟସ ଭାରତର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, “କୋଭାକ୍ସକୁ ଅକ୍ଟୋବର ମାସରୁ ପୁଣି କରୋନା ବିରୋଧୀ ଟିକା ରପ୍ତାନୀ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଭାରତର ଏପରି ନିଷ୍ପତ୍ତି ବେଶ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ବିଶ୍ୱର ସବୁ ରାଷ୍ଟ୍ରରେ ଚଳିତ ବର୍ଷ ଶେଷ ସୁଦ୍ଧା ୪୦% ଟିକାକରଣ ଟାର୍ଗେଟ ପୂରଣ ହୋଇପାରିବ।”

ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ମାସ ପୂର୍ବରୁ ଭାରତ ସରକାର କୋଭାକ୍ସକୁ ଟିକା ପଠାଉଥିଲେ। କିନ୍ତୁ ଦେଶରେ ସଂକ୍ରମଣ ହୁହୁ ହୋଇ ବଢ଼ିବାରୁ ଏହି ରପ୍ତାନୀ ଉପରେ ରୋକ ଲାଗିଥିଲା।

Leave A Reply

Your email address will not be published.