କରୋନା ପରବର୍ତ୍ତୀ ସମସ୍ୟା ବ୍ଲାକ୍‌ ଫଙ୍ଗସ୍‌ : ୨୯ ଆକ୍ରାନ୍ତ ଙ୍କ ମୃତ୍ୟୁ

26

ରାଜ୍ୟରେ କରୋନା ମହାମାରୀ ର ପ୍ରଭାବ ଦିନକୁ ଦିନ କମ ହେଉଛି I ତେବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କରୋନା ପରବର୍ତ୍ତୀ ଜଟିଳ ସମସ୍ୟା ଉପରେ ନୂତନ ତଥ୍ୟ ଦେଇଛନ୍ତି I କରୋନା ପରବର୍ତ୍ତୀ ଜଟିଳ ସମସ୍ୟା ରୂପେ ଦେଖାଦେଇଛି ବ୍ଲାକଫଙ୍ଗସ୍‌ ବା କଳା କବକ I ପ୍ରାଣ ଘାତକ ହେଉଛି ଏହି ବ୍ଲାକ ଫଙ୍ଗସ୍‌ । ବିଭାଗୀୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ର ଙ୍କ ସୂଚନା ଅନୁସାରେ ଏବେ ଯାଏଁ ୨୧୨ ଜଣ ବ୍ଲାକ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଥିବା ବେଳେ, ୨୯ଜଣଙ୍କ ମୃତ୍ୟୁ ହୋଇଛି । ଏବଂ ୬ଜଣ ଡାକ୍ତର ଖାନା ରୁ ଖସିଯାଇଛନ୍ତି I
ଖବର ଅନୁଯାୟୀ, କରୋନାର ଦ୍ୱିତୀୟ ଲହରୀରେ ରାଜ୍ୟରେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ଦେଖାଦେଇଛି । ଏବେ ଯାଏଁ ୨୧୨ଜଣ ରୋଗୀ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ହେଲେଣି । ଏଥିରୁ ୨୯ଜଣଙ୍କର ମୃତ୍ୟୁ ହୋଇଛି । ୧୦୯ଜଣ ରୋଗୀ ଏବେ ବି ବିଭିନ୍ନ ଡାକ୍ତର ଖାନା ରେ ଚିକିତ୍ସିତ ହେଉଛନ୍ତି I ସେହିଭଳି ୬୮ ରୋଗୀ ଏଥିରୁ ସୁସ୍ଥ ହୋଇସାରିଲେଣି । ମ୍ୟୁକୋର ମିକୋସିସ୍‌ ଫଙ୍ଗସ୍‌ ଏହି ରୋଗର କାରଣ I କରୋନାରେ ଅତି ଗୁରୁତର ଆକ୍ରାନ୍ତ ହେଉଥିବା ରୋଗୀଙ୍କୁ ମାତ୍ରାଧିକ ଷ୍ଟେରଏଡ୍‌ ଦେବାଫଳରେ ,ପରବର୍ତ୍ତୀ ଅବସ୍ଥାରେ ରୋଗୀ ଦେହରେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ହେବା ର ଆଶଙ୍କା ବଢି ଥାଏ I ଏଥିରେ ସଂକ୍ରମିତ ରୋଗୀ ଙ୍କ କ୍ଷେତ୍ର ରେ ମୃତ୍ୟୁ ହାର ୫୦ ପ୍ରତିଶତ ଆଶଙ୍କା ଥାଏ Iବିଶେଷଜ୍ଞ ଙ୍କ ମତ ଅନୁସାରେ କରୋନା ଆକ୍ରାନ୍ତ ଓ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିଲେ ବ୍ଲାକ୍‌ ଫଙ୍ଗସ୍‌ ହେବା ଆଶଙ୍କା ଅଧିକ ଥାଏ I

Leave A Reply

Your email address will not be published.