ମୋଦିଙ୍କର ୫ ଦିନିଆ ଆମେରିକା ଗସ୍ତ ର କାର୍ଯ୍ୟସୂଚୀ

27

ଆଜିଠାରୁ ୫ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି Iଏହି ଗସ୍ତ ସମୟରେ ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଜୋ ବାଇଡେନ ଆମେରିକା ରାଷ୍ଟ୍ରପତି ହେବା ପରେ ଏହା ମୋଦି ଓ ବାଇଡେନଙ୍କ ମଧ୍ୟରେ ପ୍ରଥମ ଦ୍ୱିପାକ୍ଷିକ ଆଲୋଚନା। ଏହି ସମୟରେ ଉଭୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ମୋଦି ଙ୍କ ର କ୍ୱାଡ ରାଷ୍ଟ୍ର ସମୂହ ଦ୍ୱାରା ଆୟୋଜିତ ସମ୍ମିଳନରେ ମଧ୍ୟ ଯୋଗଦେବେ। କ୍ୱାଡରେ ଭାରତ ଓ ଆମେରିକା ବ୍ୟତୀତ ଜାପାନ ଓ ଅଷ୍ଟ୍ରେଲିଆ ରହିଛନ୍ତି।
ମୋଦିଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା
୨୨ ତାରିଖରେ ମୋଦି କୋଭିଡ-୧୯ ସମ୍ମିଳନୀରେ ଯୋଗଦେବେ।
୨୩ ତାରିଖରେ ସେ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହାପରେ ସେ ୱାଶିଂଟନରେ ଆମେରିକାର ବିଭିନ୍ନ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ମୋଦି କଥାବାର୍ତ୍ତା କରିବା ସହ ଆମେରିକା ଉପ ରାଷ୍ଟ୍ରପତି କମଳା ହ୍ୟାରିସଙ୍କୁ ମଧ୍ୟ ଭେଟିବେ। ସୂଚନାଯୋଗ୍ୟ କମଳା ହ୍ୟାରିସ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ I ବାଇଡେନ ସେହିଦିନ ମୋଦିଙ୍କ ପାଇଁ ଡିନର ପାର୍ଟିର ମଧ୍ୟ ଆୟୋଜନ କରିଛନ୍ତି।
୨୪ ତାରିଖରେ ମୋଦି ଓ ବାଇଡେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ଏହି ଦ୍ୱିପାକ୍ଷିକ ଆଲୋଚନା ପରେ ମୋଦି କ୍ୱାଡ ରାଷ୍ଟ୍ରମାନଙ୍କୁ ନେଇ ଆୟୋଜିତ ବୈଠକରେ ଯୋଗଦେବେ।
ସେପ୍ଟେମ୍ବର ୨୫ରେ ମୋଦି ୱାଶିଂଟନରେ ବିଭିନ୍ନ କାର୍ଯ୍ୟକ୍ରମ ଶେଷ କରିବା ପରେ ନ୍ୟୁୟର୍କ ଯିବେ। ସେଠାରେ ଆୟୋଜିତ ୭୬ତମ ମିଳିତ ଜାତିସଂଘର ସାଧାରଣ ଆସେମ୍ୱ୍ଲିରେ ପୂରା ବିଶ୍ୱକୁ ସମ୍ବୋଧନ କରିବେ। ଭାରତୀୟ ସମୟ ସନ୍ଧ୍ୟା ୬.୩୦ରେ ସେ ନିଜର ମତ ମିଳିତ ଜାତିସଂଘ ଆଗରେ ଉପସ୍ଥାପନ କରିବେ। ଏହାପରେ ସେପ୍ଟେମ୍ବର ୨୬ ତାରିଖରେ ସେ ଭାରିତ ଫେରିବା ର କାର୍ଯ୍ୟକ୍ରମ ସ୍ଥିର ହୋଇସାରିଛି I

Leave A Reply

Your email address will not be published.