ସ୍ୱାମୀକୁ କାଠ ଫାଳିଆରେ ପିଟିପିଟି ହତ୍ୟା କଲା ସ୍ତ୍ରୀ

30

ସ୍ୱାମୀକୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଛି ସ୍ତ୍ରୀ I ରାଜଧାନୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ମଣ୍ଡପ ବସ୍ତିର ମୁଣ୍ଡା ସାହିରେ ଘଟିଯାଇଛି ଏହି ଅଘଟଣ ଇ ହତ୍ୟା କରିବା ଅଭିଯୋଗରେ ସମ୍ପୃକ୍ତ ମହିଳାଙ୍କୁ ଅଟକ ରଖାଯାଇଛି । ତେବେ ଡ଼ମଣା ମଣ୍ଡପ ବସ୍ତିରେ ରହୁଥିବା ଝିଙ୍ଗି ମୁଣ୍ଡୁରୀ ତାଙ୍କ ସ୍ୱାମୀ ଶ୍ୟାମ ମୁଣ୍ଡୁରୀଙ୍କୁ ଗତକାଲି ମାରିଦେଇଥିବା ଅଭିଜିଗ ହୋଇଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ସବୁଦିନ ଗଣ୍ଡଗୋଳ ଲାଗି ରହୁଥିଲା ଓ ଦୁହଁଙ୍କ ମଧ୍ୟରେ ମାରପିଟ୍ ହେଉଥିଲା । କିନ୍ତୁ ଝିଙ୍ଗି ମୁଣ୍ଡୁରୀ ତାଙ୍କ ସ୍ୱାମୀଙ୍କୁ ମାରି ନଥିବା କହିଛନ୍ତି ।
ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଏବଂ ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ଘଟଣାର ଅଧିକ ଛାନଭିନ କରୁଛି ପୋଲିସ ।

Leave A Reply

Your email address will not be published.