ଖୁବଶୀଘ୍ର ଝିଅମାନେ ସ୍କୁଲ ଆସିବେ:ତାଲିବାନ କ୍ୟାବିନେଟ

27

ଆଜି ବାକିଥିବା ତାଲିବାନ କ୍ୟାବିନେଟ ସଦସ୍ୟଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି। ଏହି ସମୟରେ ଝିଅମାନଙ୍କ ସ୍କୁଲ ଯିବା ସମ୍ପର୍କରେ ମଧ୍ୟ କ୍ୟାବିନେଟ ରେ ଆଲୋଚନା ହୋଇଛି Iସଂଗଠନର ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି, “ଆମେ ସବୁ କିଛି ଚୂଡ଼ାନ୍ତ କରି ସାରିଛୁ। ଖୁବଶୀଘ୍ର ଝିଅମାନେ ସ୍କୁଲ ଆସି ଶିକ୍ଷଲାଭ ଓ ଶିକ୍ଷାଦାନ କରିପାରିବେ।”

ଏହାପୂର୍ବରୁ ତାଲିବାନୀ ସରକାରର ଶିକ୍ଷା ମନ୍ତ୍ରୀ ପୁରୁଷ ଶିକ୍ଷକ ଓ ଛାତ୍ରମାନଙ୍କୁ ସ୍କୁଲ ଆସିବାକୁ ଅନୁମତି ମିଳିଥିବା ସମ୍ପର୍କରେ ଘୋଷଣା କରିଥିଲେ। ହେଲେ ଝିଅମାନଙ୍କ ପାଠପଢ଼ା ବିଷୟରେ କିଛି କହି ନଥିଲେ। ସେହିପରି ଶିକ୍ଷୟିତ୍ରୀମାନଙ୍କ ସମ୍ପର୍କରେ ମଧ୍ୟ ତାଲିବାନ କୌଣସି ନିଷ୍ପତ୍ତି ନେଇ ନଥିଲା। ହେଲେ ଆଜି ମୁଜାହିଦ ଝିଅମାନଙ୍କ ସ୍କୁଲ ଆସିବା ସମ୍ପର୍କରେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.