ଆମେରିକାରେ ଖୁବ୍ ଶୀଘ୍ର ୫ରୁ ୧୧ ବର୍ଷ ପିଲାଙ୍କ ପାଇଁ ଫାଇଜର ଟିକା କୁ ଅନୁମତି

19

ଫାଇଜର ଟିକା ର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରୁ ଜଣାପଡିଛି ଯେ ଏହା ୫ରୁ ୧୧ ବର୍ଷ ପିଲାଙ୍କ ପାଇଁ ଭଲ କାମ ଭଲ କାମ କରିବ I ଏହା ଛୋଟ ପିଲାଙ୍କ ଭିତରେ ପ୍ରଚୁର ମାତ୍ରାରେ ଆଣ୍ଟିବଡି ବା କରୋନା ବିରୋଧୀ ପ୍ରତିରୋଧ ଶକ୍ତି ତିଆରି କରିପାରୁଛି । ୧୬-୨୫ ବର୍ଷ ପିଲାଙ୍କ କ୍ଷେତ୍ରରେ ଟିକା ଯେଭଳି କାମ ଦେଉଥିଲା, ସାନ ପିଲାଙ୍କ କ୍ଷେତ୍ରରେ ଟ୍ରାଏଲ ବେଳେ ସମାନ ପରିଣାମ ଦେଇଥିବା ଦାବି କରିଛନ୍ତି ଫାଇଜର ଓ ବାୟୋନଟେକ୍ କମ୍ପାନୀ ।ଏ ସଂପର୍କରେ ଫାଇଜରର ସିଇଓ ଅଲବର୍ଟ ବୋର୍ଲା ଏକ ବିସ୍ତୃତ ବିବୃତି ଜାରି କରିଛନ୍ତି । ତେଣୁ ଆମେରିକାରେ ୫-୧୧ ବର୍ଷ ପିଲାଙ୍କ ଟିକାକରଣ ପାଇଁ ଖୁବ୍ ଶୀଘ୍ର ଜରୁରୀକାଳୀନ ବ୍ୟବହାର ଅନୁମତି ମାଗିଛି କମ୍ପାନୀ । ଜୁଲାଇ ପରଠାରୁ ଆମେରିକାରେ ଛୋଟ ପିଲାଙ୍କୁ କରୋନା ବଢିବାରେ ଲାଗିଛି । ବର୍ତମାନ ସୁଦ୍ଧା ପ୍ରାୟ ୨୪୦ ପ୍ରତିଶତ ପିଲା କରୋନାରେ ଆକ୍ରାନ୍ତ ହୋଇ ସାରିଲେଣି । ତେଣୁ ବର୍ତ୍ତମାନ ପରିସ୍ଥିତିରେ ଆମେରିକା ଫାଇଜର ଟିକାକୁ ଅନୁମତି ଦେଇପାରେ ବୋଲି ଅନୁମାନ କରାଯାଉଛି । ସେହିପରି ଆମେରିକାରେ ବୟସ୍କଙ୍କୁ ବୁଷ୍ଟର ଡୋଜ୍ ଦିଆଯିବା ନେଇ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇଲାଣି I

Leave A Reply

Your email address will not be published.