ଭିକ୍ଟୋରିଆ କଜେର ‘ମିସ୍ ୟୁନିଭର୍ସ-୨୦୨୪’

51

ମେକ୍ସିକୋ: ମେକ୍ସିକୋର ଆରେନା ସିଡିଏମଏକ୍ସ, ମେକ୍ସିକୋ ସିଟିରେ ଅନୁଷ୍ଠିତ ହୋଇଥିବା ‘ମିସ୍ ୟୁନିଭର୍ସ ୨୦୨୪’ ବିୟୁଟି କଣ୍ଟେଷ୍ଟର ୭୩ତମ ସଂସ୍କରଣର ଫଳାଫଳ ଘୋଷଣା ହୋଇଯାଇଛି। ଆଉ ‘ମିସ୍ ୟୁନିଭର୍ସ ୨୦୨୪’ ଟାଇଟଲ ହାତେଇଛନ୍ତି ଡେନ୍‌ମାର୍କର ୨୧ ବର୍ଷୀୟା ଭିକ୍ଟୋରିଆ କଜେର ଥେଲଭିଗ। ଏହାଦ୍ୱାରା ଦୁନିଆର ସବୁଠାରୁ ବଡ଼ ସ୍ୱୀକୃତିପ୍ରାପ୍ତ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଡେନ୍‌ମାର୍କ ପ୍ରଥମ ବିଜୟ ହାସଲ କରିଛି। ଭିକ୍ଟୋରିଆ କଜେରଙ୍କୁ ଗତ ବର୍ଷର ମିସ୍ ୟୁନିଭର୍ସ ବିଜେତା ନିକାରାଗୁଆର ଶେନିସ ପାଲାସିଓସ ମୁକୁଟ ପିନ୍ଧାଇଥିଲେ। ଏହି ମୁକୁଟର ନାମ ‘ଲୁମିଏରେ ଦେ ଇନଫିନି’। ଯାହାର ଅର୍ଥ ଆଲୋକର ଅସୀମତା। ଏହି ମିସ୍ ୟୁନିଭର୍ସ ମୁକୁଟ ମହିଳା ସଶକ୍ତିକରଣର ପ୍ରତିନିଧିତ୍ୱ କରେ ଏବଂ ଏହା ହୀରା ସହିତ ୨୩ ଟି ସୁବର୍ଣ୍ଣ ମୋତିରେ ସୁସଜ୍ଜିତ। ଅପରପକ୍ଷେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ନାଇଜେରିଆର ଚିଡିମ୍ମା ଏଡେଟ୍‌ସିନା। ସେହିପରି ମେକ୍ସିକୋର ମାରିଆ ଫର୍ଣ୍ଣାଣ୍ଡା ବେଲ୍‌ଟ୍ରାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଭିକ୍ଟୋରିଆ କଜେର ଭାରତର ରିୟା ସିଂଘାଙ୍କ ସମେତ ବିଶ୍ୱର ୧୨୫ ପ୍ରତିଯୋଗୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଡେନମାର୍କର ପ୍ରଥମ ମିସ୍ ୟୁନିଭର୍ସ ସାଜି ଇତିହାସ ରଚିଛନ୍ତି ଭିକ୍ଟୋରିଆ।

Comments are closed, but trackbacks and pingbacks are open.