ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଅଲ୍ମୋଡାର ମାର୍ଚୁଲାରେ ଖାଇକୁ ଖସିଲା ଯାତ୍ରୀବାହୀ ବସ୍। ଏଥିରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଆହତ ହୋଇଛନ୍ତି। ସୂଚନା ମୁତାବକ, ସୋମବାର ଗୌରାଖାଲରୁ ଏକ ବସ୍ ରାମନଗରରୁ ବାହାରିଥିଲା। ଏହି ବସ୍ରେ ମୋଟ ୪୫ ଜଣ ଯାତ୍ରୀ ଥିଲେ। ତେବେ ସଲ୍ଟ କୁପି ନିକଟରେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଏହା ପରେ ଏହା ଦେଖୁ ଦେଖୁ ଖାଇକୁ ଖସି ପଡ଼ିଥିଲା। ତେବେ ଦୁର୍ଘଟଣା ସମୟରେ କିଛି ଯାତ୍ରୀ ବସ୍ରୁ ବାହାରକୁ ଡେଇଁ ପଡି ଆହତ ହୋଇଥିଲେ। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା ରଖାଯାଇଛି।
Comments are closed, but trackbacks and pingbacks are open.