‘ଓମାର ଅବଦୁଲ୍ଲା ହେବେ ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ’: ଡକ୍ଟର ଫାରୁକ୍ ଅବଦୁଲ୍ଲା

57

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବଡ଼ଗାମ ଆସନରୁ ଜିତିଛନ୍ତି ଏବଂ ଏହି ସମୟରେ ଏନସି ନେତା ଡକ୍ଟର ଫାରୁକ୍ ଅବଦୁଲ୍ଲା ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଫାରୁକ୍ ଅବଦୁଲ୍ଲା କହିଛନ୍ତି ଜେ, “ଲୋକମାନେ ସେମାନଙ୍କର ନିଷ୍ପତ୍ତି ଦେଇଛନ୍ତି, ଜାମ୍ମୁ କାଶ୍ମୀରର ସମସ୍ୟାର ସମାଧାନ କରିବାକୁ ପଡିବ। ନିର୍ବାଚନରେ ​​ଭାଗ ନେଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ଫଳାଫଳ ଆପଣଙ୍କ ସାମ୍ନାରେ ଥିବାରୁ ଆଲ୍ଲାଙ୍କୁ ଧନ୍ୟବାଦ। ସେ ଏହା ମଧ୍ୟ କହିଛନ୍ତି ଯେ, ”ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହେବେ।” ବଡ଼ଗାମ ଆସନରେ ୫୮.୯୭ ପ୍ରତିଶତ ଭୋଟ୍ ଦିଆଯାଇଥିଲା। ଏହି ଆସନ ୧୯୭୭ ପରଠାରୁ ଏନସିର ଏକ ଗଡ଼ ହୋଇଆସୁଛି।

Comments are closed, but trackbacks and pingbacks are open.