ଜନ୍ମାଷ୍ଟମୀ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

264

ନୂଆଦିଲ୍ଲୀ: ଆଜି ପବିତ୍ର ଜନ୍ମାଷ୍ଟମୀ । ଧରାପୃଷ୍ଠକୁ ଓହ୍ଲାଇ ଆସିବେ ଦେବକୀ ଓ ଯଶୋଦା ନନ୍ଦନ ପ୍ରଭୁ ଶ୍ରୀକୃଷ୍ଣ । ନନ୍ଦଲାଲାଙ୍କ ଜନ୍ମକୁ ନେଇ ଉଠୁଛି ପଡୁଛି ଗୋପପୁର ଓ ମଥୁରା। ଦ୍ବାପର ଯୁଗରେ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ବସୁଦେବ ଓ ଦେବକୀଙ୍କ ପୁଅ ରୂପେ ଜନ୍ମ ନେଇଥିଲେ ଭଗବାନ କୃଷ୍ଣ। ହରେକୃଷ୍ଣ ନାମରେ ଗୁଞ୍ଜରିତ ହେଉଛି ଗଗନପବନ । ଜନ୍ମାଷ୍ଟମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ୍ସରେ ଟ୍ବିଟ କରି କହିଛନ୍ତି, ”ଜନମାଷ୍ଟମୀଙ୍କ ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ଏହି ପର୍ବ ଆମକୁ ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ ଆଦର୍ଶ ପ୍ରତି ଉତ୍ସର୍ଗୀକୃତ ହେବାକୁ ପ୍ରେରଣା ଯୋଗାଇଥାଏ । ଆସନ୍ତୁ ଏହି ପବିତ୍ର ଦିନରେ ଭଗବାନ ଶ୍ରୀକୃଷ୍ଣଙ୍କ ଶିକ୍ଷାକୁ ଅନୁସରଣ କରିବା ଓ ଦେଶର ପ୍ରଗତି ଏବଂ ସମୃଦ୍ଧତା ପାଇଁ କାର୍ୟ୍ୟ କରିବାକୁ ସଂକଳ୍ପ ନେବା ।”

Comments are closed, but trackbacks and pingbacks are open.