ଗୁଜରାଟର୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ଭାଇ ପଟେଲ

24

ଗୁଜରାଟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ଭାଇ ପଟେଲ ସୋମବାର ଅପରାହ୍ନ ୨ଟା ୨୦ରେ ଶପଥ ନେଇଛନ୍ତି। ଭୂପେନ୍ଦ୍ର ରାଜ୍ୟର ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ। ଏହାର ଦୁଇ ଦିନ ପରେ କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟ ଶପଥ ପାଠ କରାଯିବ। ଏହି ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା। ସେ ଆସନ୍ତାକାଲି ମଧ୍ୟାହ୍ନ ୧୨ଟା ୩୦ରେ ଅହମ୍ମଦାବାଦରେ ପହଞ୍ଚିବେ। ମୁଖ୍ୟମନ୍ତ୍ରୀ ପଦ ପାଇଁ ନୀତିନ ପଟେଲ୍ ଏବଂ ମସନୁଖ ମାଣ୍ଡଭିୟଙ୍କ ପରି ବଡ ବଡ ନେତା ସାମିଲ୍ ଥିଲେ ମଧ୍ୟ ଭୂପେନ୍ଦ୍ରଙ୍କୁ ଦଳ ଗୁରୁ ଦାୟିତ୍ଵ ଦେଇଛି। ଭୁପେନ୍ଦ୍ରଭାଇ ପଟେଲ ମୁଖ୍ୟମନ୍ତ୍ରୀ ପଦ ଦୋୖଡରେ ନଥିଲେ ମଧ୍ୟ ହାତୀ ତାଙ୍କ ମୁଣ୍ଡଉପରେ ସୁନା କଳସ ଢାଳିଛି I ବୈଠକରେ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ,ଭୁପେନ୍ଦ୍ର ଙ୍କ ନାଁ କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସୁପାରିଶ କରିଥିଲେ I ଭୁପେନ୍ଦ୍ରଭାଇ ପଟେଲ୍‌ ସରକାର ଗଠନ କରିବା ଲାଗି ରାଜଭବନରେ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ତାଙ୍କ ପ୍ରସ୍ତାବକୁ ଗ୍ରହଣ କରାଯାଇ, ୨୦୨୧ ସେପ୍ଟେମ୍ବର ୧୩ ତାରିଖ ଅପରାହ୍ଣ ୨.୨୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ତାଙ୍କୁ ଆମନ୍ତ୍ରଣ କରାଯାଇ ଥିଲା I

ଭୂପେନ୍ଦ୍ର ପଟେଲ୍‌ ପାଟିଦାର ସମୁଦାୟର ଅଟନ୍ତି। ସେ ପାଟିଦାରର ଜଣେ ଟାଣୁଆ ନେତା। ତେଣୁ ବିଜେପି ତାଙ୍କୁ ଆଗକୁ ଆଣି ଏକ ସଙ୍ଗେ ଅନେକ ରାଜନୈତିକ ତୀର ଚଳାଇବା ପାଇଁ ଉଦ୍ୟମ କରିଛି। ପାଟିଦାରଙ୍କୁ କେମିତି ଖୁସି କରାଯାଇ ପାରିବ ତାକୁ ଦୃଷ୍ଟିରେ ରଖି ଭୂପେନ୍ଦ୍ରଙ୍କୁ ଗୁଜରାଟର ମୁଖ୍ୟମନ୍ତ୍ରୀ କରାଯାଇଛି । ତେବେ ଭୁପେନ୍ଦ୍ର ଭାଇ ଙ୍କୁ ଚୌକି ମିଳିଗଲା ସିନା, ମାତ୍ର ବର୍ଷକ ମଧ୍ୟରେ ରହିଛି ତା ଙ୍କୁ ଅନେକ କଠିନ ପରୀକ୍ଷା ଦେବାକୁ ପଡିବ I
ଆସନ୍ତା ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କୁ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ଅନୁରୂପ ଭାବେ ନିଯୁକ୍ତ କରାଯାଇଥିଲା । ବର୍ତ୍ତମାନ ସମୟରେ ନିର୍ବାଚନ ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ଭାଜପା ଏକ ନୂଆ ରଣନୀତି ଭାବେ ଆପଣାଉଥିବା ଦେଖାଯାଉଛି ।ବିଜେପି ଏକ ନୂଆ ଚେହେରାକୁ ନେଇ ନିର୍ବାଚନକୁ ଉହ୍ଲାଇବାକୁ ଚାହୁଁଥିବାରୁ ବିଜୟ ରୂପାନୀଙ୍କୁ ହଟାଇ ଭୂପେନ୍ଦ୍ରକୁ ଅଣାଯାଇଛି ।


ଆସନ୍ତା ବର୍ଷ ନଭେମ୍ବର ମାସରେ ରାଜ୍ୟରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭୂପେନ୍ଦ୍ରକୁ ନିଯୁକ୍ତି ଦିଆଯାଇଛି । ୨୦୧୨ ବିଧାନସଭା ନିର୍ବାଚନରେ ବିଜେପି ୧୧୫ ସିଟ, ୨୦୧୭ରେ ୯୯ ସିଟ ହାସଲ କରିଥିଲା । ତେଣୁ ରାଜ୍ୟରେ କ୍ଷମତା ବଜାୟ ରଖିବା ସହ ପ୍ରଦର୍ଶନ ହାର ବୃଦ୍ଧି କରିବା ତାଙ୍କ ପାଇଁ ଏକ ମୁଖ୍ୟ ଚ୍ୟାଲେଞ୍ଜ ହେବ ।
ଆସନ୍ତା ବର୍ଷ ପ୍ରାରମ୍ଭରୁ ହିଁ ରାଜ୍ୟ ବିଧାନସଭା ନିର୍ବାଚନକୁ ନେଇ ଅଭିଯାନ ଆରମ୍ଭ ହୋଇଯିବ । ତେଣୁ ଏହି ପରିପ୍ରେକ୍ଷୀରେ ଭୂପେନ୍ଦ୍ରଙ୍କ ପାଖରେ ସମୟର ବହୁତ ଅଭାବ ଥିବାରୁ ଚ୍ୟାଲେଞ୍ଜକୁ ସାମନା କରିବା ତାଙ୍କ ପକ୍ଷେ କଷ୍ଟକର ହୋଇପାରେ । ଗୋଟିଏ ବର୍ଷ ମଧ୍ୟରେ ନିଜକୁ ପ୍ରମାଣିତ କରିବା ସହ ସଂଗଠନକୁ ମଜବୁତ କରିବାକୁ ସେ ଚେଷ୍ଟା କରିବେ ।ଏକ ସୂତ୍ରରୁ ଜଣାପଡ଼ିଛି ଯେ, ରୂପାନୀଙ୍କ କାଳରେ ବ୍ୟୁରୋକ୍ରାଟମାନେ ନିୟନ୍ତ୍ରଣରେ ରହୁନଥିଲେ । ଏହାକୁ ନେଇ ଦଳୀୟ ନେତା ଓ ବିଧାୟକମାନେ ଅସନ୍ତୁଷ୍ଟ ଥିଲେ ତେଣୁ ବ୍ୟୁରୋକ୍ରାଟଙ୍କ ଉପରେ ଲଗାମ ଲଗାଇବା ଭୂପେନ୍ଦ୍ରଙ୍କର ଏକ ଚ୍ୟାଲେଞ୍ଜ ହେବ ।
୪- ୫ ବର୍ଷ ଧରି କ୍ଷମତାରେ ରହିଥିଲେ ହେଁ ରୂପାନୀ ରାଜ୍ୟରେ ନିଜର ପାୱାର କରିଡର ମଜବୁତ କରିବାରେ ସକ୍ଷମ ହୋଇପାରିନଥିଲେ ।କୋଭିଡକୁ ମୁକାବିଲା କରିବାରେ ବିଫଳ ବୋଲି ରୂପାଣୀ ସରକାରଙ୍କ ଉପରେ ଦାଗ ଲାଗିଥିଲା । ତେଣୁ ଦେଶରେ ତୃତୀୟ ଲହରକୁ ନେଇ ତର୍କ ଚାଲିଥିବା ବେଳେ ଏହା ଭୂପେନ୍ଦ୍ର ପାଇଁ ଏକ ଚ୍ୟାଲେଞ୍ଜ ଭାବେ ଉଭା ହେବ I କରୋନା ଦ୍ୱିତୀୟ ଲହରକୁ ନେଇ ଲୋକଙ୍କ ମଧ୍ୟରେ ଥିବା ନିରାଶାବାଦୀକୁ ଭୂପେନ୍ଦ୍ର ଦୂର କରିବାକୁ ଚେଷ୍ଟା କରିବେ ।।
ରାଜ୍ୟରେ ବିଜେପିର ସଂଗଠନ ମଜବୁତ କରିବାରେ ପଟିଦାର ସମ୍ପ୍ରଦାୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ତାହାକୁ ଦୃଷ୍ଟିରେ ରଖି ବିଜେପି ପୁଣି ଥରେ ପଟେଲ କାର୍ଡ ଖେଳିଛି । ୨୦୧୪ ଲୋକସସା ନିର୍ବାଚନରେ ପାଟିଦାର ଭୋଟ ୬୦ ପ୍ରତିଶତ ଓ ୨୦୧୭ ବିଧାନସଭା ନିର୍ବାଚନରେ ୪୯.୧ ପ୍ରତିଶତ ଭୋଟ ବିଜେପିକୁ ମିଳିଥିଲା । ତେଣୁ ପଟେଲ ଭୋଟ ବ୍ୟାଙ୍କ ବଢ଼ାଇବା ଭୂପେନ୍ଦ୍ରଙ୍କର ଅନ୍ୟ ଏକ ଦାୟିତ୍ୱ ହେବ । ସରକାର ଓ ସଂଗଠନ ମଧ୍ୟରେ ଉତ୍ତମ ବୁଝାମଣା ନେଇ କାର୍ଯ୍ୟ କରିବା ଭୂପେନ୍ଦ୍ରଙ୍କ ଆଗରେ ମୁଖ୍ୟ ଦାୟିତ୍ୱ ଭାବେ ଉଭା ହେବ । ରୂପାଣୀ ସରକାର ଓ ପ୍ରଦେଶ ଅଧ୍ୟକ୍ଷଙ୍କ ମଧ୍ୟରେ ତାଳମେଳ ରହିପାରିନଥିଲା । ତେଣୁ ସରକାର ଓ ସଂଗଠନ ମଧ୍ୟରେ ଉତ୍ତମ ବୁଝାମଣା ରହିଲେ ଦଳର କୌଣସି କ୍ଷତି ଘଟିବ ନାହିଁ ବୋଲି କୁହାଯାଇଛି

Leave A Reply

Your email address will not be published.