କଟକ ଏସସିବିରେ ୨ୟ ଇକମୋ ଚିକତ୍ସାଧୀନଙ୍କ ମୃତ୍ୟୁ

0 113

କଟକ ଏସସିବିରେ ଇକମୋ ଚିକତ୍ସାଧୀନ ଜଣେ ମହିଳା ରୋଗୀଙ୍କର ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ଘର ବଲାଙ୍ଗିର ଜିଲ୍ଲା ଗାନ୍ଧିନଗର ଅଞ୍ଚଳରେ ବୋଲି ଜଣାପଡିଛି ।ସେ ଗତ ୨୯ରେ ଫୁସଫୁସ ସଂକ୍ରମଣ ଯୋଗୁଁ ଏସସିବିରେ ଭର୍ତ୍ତି ହୋଇଥିଲେ । ଗତକାଲି ରାତିରେ ମହିଳା ରୋଗୀଙ୍କ ମୃତ୍ୟୁ ହେଇଯାଇଥିବା ନେଇ ମେଡିକାଲ କର୍ତ୍ତୃପକ୍ଷ ସୂଚନାଦେଇଛନ୍ତି । ବର୍ତ୍ତମାନ ଏସସିବିରେ ଆଉ ୨ ଜଣ ଇକମୋ ରୋଗୀ ଚିକିତ୍ସିତ ହେଉଛନ୍ତି ।ଏହା ପୂର୍ବରୁ ଶନିବାର ରାତିରେ ଇକମୋ ଚିକିତ୍ସାଧୀନ ଅନ୍ୟ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ଘର କେନ୍ଦ୍ରାପଡ଼ା ଅଞ୍ଚଳରେ। ଗତ ୨୯ ତାରିଖରେ ସେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କର ଫୁସଫୁସ ସଂକ୍ରମିତ ହୋଇଥିଲା। ଏହା ପରେ ତାଙ୍କୁ ଏସସିବି କରୋନା ଓ୍ଵାର୍ଡରୁ ଇକମୋ ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା।

Leave A Reply

Your email address will not be published.