ଆଜି ହେଉଛି ନିଟ୍ ପରୀକ୍ଷା :ରାଜ୍ୟ ରେ ୧୬ ଟି ସହର ରେ ପରୀକ୍ଷା କେନ୍ଦ୍ର

23

ଆଜି ରାଜ୍ୟ ରେ ୧୬ ଟି ସହର ରେ ଆଜି ହେଉଛି ନିଟ୍ ପରୀକ୍ଷା । ୨୦୨୧ ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମରେ ନାମଲେଖା ପାଇଁ ନିଟ୍ ବା ନାସନାଲ ଏଲିଜିବିଟି କମ୍ ଏଂଟ୍ରାନ୍ସ ଟେଷ୍ଟ ପରୀକ୍ଷା ଅନୁଷ୍ଠିତ ହେବ । କୋଭିଡ କଟକଣା ଭିତରେ ଏହି ପରୀକ୍ଷା ହେବାକୁ ଯାଉଛି ।
ମୋଟ ୨୦୨ ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଦେଶର ୩,୮୬୨ଟି ପରୀକ୍ଷା କେନ୍ଦ୍ରରେ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଓଡ଼ିଶାରେ ୧୬ଟି ସହରରେ ନିଟ ପରୀକ୍ଷା ହେବ । ଅନୁଗୁଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ବଲାଙ୍ଗୀର, ଭବାନିପାଟଣା, କେନ୍ଦୁଝର, କୋରାପୁଟ, ମାଳକାନଗିରି, ପାରଳାଖେମୁଣ୍ଡି, ଫୁଲବାଣୀ, ରାୟଗଡ଼ା, ପୁରୀ ସହରରେ ନିଟ୍ ପରୀକ୍ଷା କେନ୍ଦ୍ର କରାଯାଇଛି । କେବଳ ଭୁବନେଶ୍ୱରରେ ୧୬ଟି କେନ୍ଦ୍ର କରାଯାଇଥିବା ବେଳେ ମୋଟ ୧୦ ହଜାର ୯୯୬ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଦିନ ୨ଟାରୁ ଆରମ୍ଭ ହୋଇ ଅପରାହ୍ଣ ୫ଟା ଯାଏଁ ପରୀକ୍ଷା ଚାଲିବ । କେନ୍ଦ୍ରରେ ପ୍ରବେଶ ପାଇଁ ଦିନ ୧୧ଟାରୁ ମଧ୍ୟାହ୍ଣ ସାଢ଼େ ଗୋଟାଏ ଯାଏଁ ସମୟ ରଖାଯାଇଛି । ସମସ୍ତ ପରୀକ୍ଷାର୍ଥୀଙ୍କୁ ମାସ୍କ ଯୋଗାଇ ଦିଆଯିବ । ପ୍ରବେଶ ଓ ପ୍ରସ୍ଥାନ ସମୟରେ ଯେପରି ଭିଡ଼ ନହୁଏ, ସେଥିପାଇଁ ପରୀକ୍ଷାର୍ଥୀଙ୍କୁ ଭିନ୍ନ ଭିନ୍ନ ଟାଇମ ସ୍ଲଟ ଦିଆଯାଇଛି । କୋଭିଡ ଗାଇଡଲାଇନ ପାଳନ ସହିତ ସାନିଟାଇଜ ଓ ବସିବା ସମୟରେ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରାଯିବ । ଆଡମିଟ୍ କାର୍ଡ ଡାଉନଲୋଡ ପାଇଁ ଅସୁବିଧା ଦେଖାଦେଲେ ୦୧୧-୪୦୭୫୯୦୦୦ରେ ଯୋଗାଯୋଗ କରିବାକୁ କୁହାଯାଇଛି ।

୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷା ଦେବା ନେଇ ପଞ୍ଜୀକରଣ କରିଛନ୍ତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀ ଓଡ଼ିଆ ଭାଷା ସେମତ ମୋଟ୍ ୧୩ଟି ଭାଷାରେ ପ୍ରଶ୍ନପତ୍ର ପାଇବେ ।

Leave A Reply

Your email address will not be published.