ଗାଇଡଲାଇନ୍‌ ଭିତରେ ହେବ ଗଶେଶ ପୂଜା

32

ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଭାଦ୍ରବ ଶୁକ୍ଳ ଚତୁର୍ଥୀ ରେପାଳିତ ହୋଇଛି ଗଣେଶ ପୂଜା । ମାତ୍ର ଗତ ବର୍ଷ ପରି ଏ ବର୍ଷ ମଧ୍ୟ କଟକଣା ଭିତରେ ପୂଜା ପାଇଛନ୍ତି ଗଜାନନ । ଦୁଇ ବର୍ଷ ହେଲା କରୋନା ଯୋଗୁଁ କୌଣସି ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ହେଉନି । କେବଳ ପରମ୍ପରା ରକ୍ଷା ଲାଗି ଘରେ ଘରେ ପୂଜା ହେଉଅଛି । କଟକଣା ଭିତରେ ପୂଜା ହେଉଥିବାରୁ ପୂଜା ବଜାର ମାନ୍ଦା ମାନ୍ଦା ଲାଗିବା ସହିତ କୌଣସି ଜାଗାରେ ଉତ୍ସାହ ମଧ୍ୟ ନାହିଁ I

ଓଡ଼ିଶାର ଜଟଣୀ ଓ କଟକରେ ଗଣେଶ ପୂଜା ବେଶ୍ ଧୁମଧାମରେ ହେଉ ଥିବା ବେଳେ କଟକଣା ଯୋଗୁଁ ୨ ବର୍ଷ ହେବ ପୂଜା ବଜାର ଫିକା ପଡିଛି । ତେବେ କଟକ ସହିତ ଅନ୍ୟ ସହରରେ ମଣ୍ଡପଗୁଡ଼ିକ ପ୍ରଶାସନ ଠାରୁ ଅନୁମତି ଆଣି ପୂଜା କରିଛନ୍ତି I ପ୍ରଶାସନ ଚେତାବନୀ ଦେଇ କହିଛନ୍ତି କୋଭିଡ ଗାଇଡଲାଇନର ଉଲ୍ଲଂଘନ ହେଲେ ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।ଗଶେଶ ଚତୁର୍ଥୀ ବେଳେ ଶ୍ରଦ୍ଧାଳୁମାନେ କୌଣସି ପେଣ୍ଡାଲ ବୁଲିବାକୁ ଯାଇ ପାରିବେ ନାହିଁ । ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ୍ ଫୋର୍ସ ମୁତୟନ କରାଯିବ । ଅନଲାଇନ କିମ୍ବା ଗଣମାଧ୍ୟମ ଜରିଆରେ ପ୍ରତିମୂର୍ତ୍ତିକୁ ଦର୍ଶନ କରିପାରିବେ ଶ୍ରଦ୍ଧ।ଳୁ ।
ଗଣେଶ ପୂଜା ଅବସରରେ ବିଶ୍ୱ ଶାନ୍ତି ଲାଗି ବାଲି ଓ ଶାମୁକା ବ୍ୟବହାର କରି ପୁରୀ ବେଳାଭୂମୀରେ ବାଲୁକା କଳାକୃତି ନିର୍ମାଣ କରିଛନ୍ତି, ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସେ କହିଛନ୍ତି ଏହା ଦେଶ ପାଇଁ ଶାନ୍ତି ବାର୍ତ୍ତା ଦେବା ସହ ପୂଜା ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେପଟେ ମହାମାରୀ କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ମୁମ୍ବାଇରେ ପୁଲିସ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ୧୦ରୁ ୧୯ ତାରିଖ ଯାଏ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ଏହି ନିୟମ ବଳବତ୍ତର ରହିବ ।

Leave A Reply

Your email address will not be published.