ଆଜି ଶିବ ବିବାହ

78

ଭୁବନେଶ୍ବର: ଆଜି  ଦେବ ଦେବ ମହାଦେବଙ୍କ ବିବାହ ଉତ୍ସବ ଥିବାବେଳେ ମଙ୍ଗଳବାର ଶୀତଳ ଷଷ୍ଠୀ ପର୍ବ ପାଳିତ ହେବ। ଏଥିଲାଗି ପ୍ରସ୍ତୁତି ପ୍ରାୟ ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ଘଣ୍ଟ, ଘଣ୍ଟା , ଦୁଲଦୁଲି, ଆଦିବାସୀ ନୃତ୍ୟରେ ଦୁଲୁକିବ ସମ୍ବଲପୁର ସହର । ରାଜ୍ୟ ବାହାରୁ ମଧ୍ୟ ବହୁ ସାଂସ୍କୃତିକ ଦଳ ଆସି ଏହି ପର୍ବରେ ସାମିଲ ହେବେ। ଲୋକ ନୃତ୍ୟ, ଲୋକ ବାଦ୍ୟର ତାଳେ ତାଳେ ଶୋଭାଯାତ୍ରା କନ୍ୟା ଘର ଅଭିମୁଖେ ଅଗ୍ରସର ହେବେ। ସେଠାରେ ପହଞ୍ଚିବା ପରେ ପାରମ୍ପରିକ ବୈଦିକ ରୀତିନୀତି ସହକାରେ ଦେବ ବିବାହ ସମ୍ପନ୍ନ ହେବ। ହର-ପାର୍ବତୀଙ୍କ ବିବାହ ଉତ୍ସବ ଲାଗି ବିଭିନ୍ନ ଶିବାଳୟ ଗୁଡିକୁ ରଙ୍ଗୀନ୍ ଆଲୋକମାଳାରେ ସଜ୍ଜିତ କରାଯାଇଛି। ରବିବାର ରାତିରେ ଦେବ ନିମନ୍ତ୍ରଣ କାର୍ୟ୍ୟ ଗୁଆଗୁଣ୍ଡା ସମ୍ପନ୍ନ ହୋଇଥିଲା ।

Comments are closed, but trackbacks and pingbacks are open.